न्यूज़रूम ओडिशा
ब्रेकिंग
ओडिया समाचार

‘ନିର୍ବାଚନ ପୂର୍ବରୁ ଦେଶକୁ ଧ୍ରୁବୀକରଣ କରିବାକୁ ପ୍ରୟାସ’, ସିଏଏ ଲାଗୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା (ସଂଶୋଧନ) ଆଇନ (ସିଏଏ), ୨୦୧୯ ଲାଗୁ ନେଇ ବିରୋଧୀ ଦଳ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । ଏହା ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନୀ ବଣ୍ଡ ମାମଲାରୁ ଧ୍ୟାନ ହଟାଇବା ଓ ଦେଶକୁ ଧ୍ରୁବୀକରଣ କରିବାର ପ୍ରୟାସ ବୋଲି ସେମାନେ କହିଛନ୍ତି। ସରକାର ସୋମବାର ବିବାଦୀୟ ସିଏଏ ନିୟମାବଳୀ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଥିଲେ । ଏଥିସହ ଏହି ଆଇନ ତତ୍କାଳ ଲାଗୁ ହୋଇଛି । ସିଏଏ ନିୟମାବଳୀ ଜାରି ହେବା ପରେ ମୋଦୀ [...]

Admin•12 मार्च 2024
Share Article:

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା (ସଂଶୋଧନ) ଆଇନ (ସିଏଏ), ୨୦୧୯ ଲାଗୁ ନେଇ ବିରୋଧୀ ଦଳ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । ଏହା ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନୀ ବଣ୍ଡ ମାମଲାରୁ ଧ୍ୟାନ ହଟାଇବା ଓ ଦେଶକୁ ଧ୍ରୁବୀକରଣ କରିବାର ପ୍ରୟାସ ବୋଲି ସେମାନେ କହିଛନ୍ତି।

ସରକାର ସୋମବାର ବିବାଦୀୟ ସିଏଏ ନିୟମାବଳୀ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଥିଲେ । ଏଥିସହ ଏହି ଆଇନ ତତ୍କାଳ ଲାଗୁ ହୋଇଛି । ସିଏଏ ନିୟମାବଳୀ ଜାରି ହେବା ପରେ ମୋଦୀ ସରକାର ଡିସେମ୍ବର ୩୧, ୨୦୧୪ ସୁଦ୍ଧା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତ ଆସିଥିବା ନିର୍ଯାତିତ ଅଣମୁସଲିମ ପ୍ରବାସୀ (ହିନ୍ଦୁ, ଶିଖ, ଜୈନ, ବ, ବୌଦ୍ଧ, ପାର୍ସି ଏବଂ ଖ୍ରୀଷ୍ଟିଆନ) ମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ପଥ ପରିଷ୍କାର ହୋଇଯାଇଛି ।

ଏହାକୁ ବିଜେପିର ନିର୍ବାଚନୀ ଚାଲ୍ ଓ ଧ୍ରୁବୀକରଣ ପ୍ରୟାସ ବୋଲି କହିଛନ୍ତି ବିରୋଧୀ । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି, “ଡିସେମ୍ବର, ୨୦୧୯ରେ ସଂସଦ ଦ୍ବାରା ପାରିତ ହୋଇଥିବା ନାଗରିକତା (ସଂଶୋଧନ) ଆଇନର ନିୟମାବଳୀ ଜାରି କରିବାକୁ ମୋଦୀ ସରକାରଙ୍କୁ ୪ ବର୍ଷ ତିନି ମାସ ସମୟ ଲାଗିଗଲା । ପ୍ରଧାନମନ୍ତ୍ରୀ ଦାବି କରୁଛନ୍ତି କି ତାଙ୍କ ସରକାର ଅତ୍ୟନ୍ତ ପେସାଦାର ମନୋଭାବ ଏବଂ ଠିକ୍ ସମୟରେ କାର୍ଯ୍ୟ କରେ। ସିଏଏ ନିୟମାବଳୀ ଜାରି କରିବା ପାଇଁ ତାଙ୍କ ସରକାର ନେଇଥିବା ସମୟ ପ୍ରଧାନମନ୍ତ୍ରୀଙ୍କ ଡାହା ମିଛର ଆଉ ଏକ ଉଦାହରଣ। ”

ସେ ଅଭିଯୋଗ କରିଛନ୍ତି ଯେ ସିଏଏ ନିୟମ ଜାରି କରିବା ସମୟସୀମା ୯ ଥର ଟାଳିବା ପରେ ଏହା ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ଜାଣିଶୁଣି ଲାଗୁ କରାଯାଇଛି। ନିର୍ବାଚନକୁ ଧ୍ରୁବୀକରଣ କରିବା ପାଇଁ ବିଶେଷକରି ଆସାମ ଏବଂ ବେଙ୍ଗଲକୁ ଦୃଷ୍ଟିରେ ରଖି ଏହା କରାଯାଇଛି ବୋଲି ରମେଶ ଦାବି କରିଛନ୍ତି। ନିର୍ବାଚନ ବଣ୍ଡ୍ ଉପରେ କଟକଣା ଓ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ ପରେ ସିଏଏ ‘ହେଡଲାଇନ୍ ମ୍ୟାନେଜମେଣ୍ଟ’ ପାଇଁ କେନ୍ଦ୍ରର ଏହା ଏକ ପ୍ରୟାସ ବୋଲି ରମେଶ କହିଛନ୍ତି ।

ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ କହିଛନ୍ତି, ଲୋକେ ବିଜେପିର ଧ୍ୟାନ ହଟାଇବା ରାଜନୀତିକୁ ବୁଝିସାରିଛନ୍ତି । ବିଜେପିର ୧୦ ବର୍ଷ ଶାସନ କାଳରେ ଲକ୍ଷ ଲକ୍ଷ ନାଗରିକ ଦେଶର ନାଗରିକତା ଛାଡ଼ି କାହିଁକି ଚାଲିଗଲେ ତାହାର କାରଣ ବିଜେପି ସରକାର ଖୋଜିବା ଉଚିତ।

ବରିଷ୍ଠ ବାମପନ୍ଥୀ (ସିପିଆଇ-ଏମ୍) ନେତା ତଥା କେରଳର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ସିଏଏକୁ ସାମ୍ପ୍ରଦାୟିକ ଓ ବିଭାଜନକାରୀ ଆଇନ ବୋଲି କହିଛନ୍ତି। ଏହା କେରଳରେ ଲାଗୁ ହେବ ନାହିଁ ବୋଲି କହିଛନ୍ତି ବିଜୟନ।

ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଯଦି ସିଏଏ ଲୋକମାନଙ୍କ ଭିତରେ ବିଭେଦ ସୃଷ୍ଟି କରେ ତେବେ ସେ ଏହାକୁ ବିରୋଧ କରିବେ।

ଅଲ ଇଣ୍ଡିଆ ମଜଲିସ୍-ଏ-ଇତହାଦୁଲ ମୁସଲିମୀନ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସି କହିଛନ୍ତି, ‘ସିଏଏ’ର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ବରଂ ମୁସଲିମ ସମ୍ପ୍ରଦାୟକୁ ଟାର୍ଗେଟ୍ କରିବା ପାଇଁ ଏହା ଉଦ୍ଦିଷ୍ଟ।
ସେ କହିଛନ୍ତି, କୌଣସି ନିର୍ଯାତିତ ବ୍ୟକ୍ତିଙ୍କୁ ଆଶ୍ରୟ ଦିଆଯିବା ଭୁଲ ନୁହେଁ, କିନ୍ତୁ ନାଗରିକତା ଧର୍ମ କିମ୍ବା ଜାତୀୟତା ଉପରେ ଆଧାରିତ ହେବା ଉଚିତ ନୁହେଁ। ସରକାର କାହିଁକି ଏହି ନିୟମକୁ ପାଞ୍ଚ ବର୍ଷ ଝୁଲାଇ ରଖିବା ପରେ ଏବେ ଲାଗୁ କରୁଛନ୍ତି ବୋଲି ଓଓ୍ବେସି ପ୍ରଶ୍ନ କରିଛନ୍ତି।

#Odia#Odisha#News
Share Article:

Related Articles