न्यूज़रूम ओडिशा
ब्रेकिंग
ओडिया समाचार

ନିର୍ବାଚନ କମିଶନଙ୍କ ‌ନିକଟରେ ଫେରାଦ ହେଲେ ବିରୋଧୀ, କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ରୋକିବାକୁ ହସ୍ତକ୍ଷେପ ଲୋଡ଼ିଲେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପରିପ୍ରେକ୍ଷୀରେ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ଅନ୍ୟ ପ୍ରମୁଖ ବିରୋଧୀ ଦଳଙ୍କ ଏକ ପ୍ରତିନିଧି ଦଳ ଶୁକ୍ରବାର ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। ନିର୍ବାଚନୀ ମାହୋଲରେ ବିରୋଧୀ ନେତାମାନଙ୍କ ସ୍ବର ଚାପିବା ପାଇଁ ତଦନ୍ତକାରୀ ସଂସ୍ଥା ଗୁଡ଼ିକର ଅପବ୍ୟବହାର ରୋକିବାକୁ ସେମାନେ କମିଶନଙ୍କ ହସ୍ତକ୍ଷେପ ଲୋଡିଛନ୍ତି । କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଲୋକସଭା ନିର୍ବାଚନରେ ସବୁ ଦଳ ପାଇଁ ବରାବର ସୁଯୋଗ ବାତାବରଣକୁ ନଷ୍ଟ କରୁଛି । ଏହା ଦ୍ବାରା [...]

Admin•22 मार्च 2024
Share Article:
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପରିପ୍ରେକ୍ଷୀରେ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ଅନ୍ୟ ପ୍ରମୁଖ ବିରୋଧୀ ଦଳଙ୍କ ଏକ ପ୍ରତିନିଧି ଦଳ ଶୁକ୍ରବାର ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। ନିର୍ବାଚନୀ ମାହୋଲରେ ବିରୋଧୀ ନେତାମାନଙ୍କ ସ୍ବର ଚାପିବା ପାଇଁ ତଦନ୍ତକାରୀ ସଂସ୍ଥା ଗୁଡ଼ିକର ଅପବ୍ୟବହାର ରୋକିବାକୁ ସେମାନେ କମିଶନଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।
କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଲୋକସଭା ନିର୍ବାଚନରେ ସବୁ ଦଳ ପାଇଁ ବରାବର ସୁଯୋଗ ବାତାବରଣକୁ ନଷ୍ଟ କରୁଛି ।  ଏହା ଦ୍ବାରା ନିର୍ବାଚନର ନିରପେକ୍ଷତା ଏବଂ ସ୍ବାଧୀନତା ପ୍ରଭାବିତ ହେବ ବୋଲି ନିର୍ବାଚନ କମିଶନଙ୍କୁ ଭେଟିଥିବା ବିରୋଧୀ ନେତାମାନଙ୍କ ପ୍ରତିନିଧୀ ଦଳ ଦାବି କରିଛନ୍ତି । ଏହାଛଡ଼ା ନିର୍ବାଚନ ପୂର୍ବରୁ ଇଡି, ସିବିଆଇ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ମୁଖ୍ୟଙ୍କୁ ବଦଳାଇବା ପାଇଁ ମଧ୍ୟ ସେମାନେ କମିଶନଙ୍କୁ ଅନୁରୋଧ କରିଛନ୍ତି ।
ଏହି ପ୍ରତିନିଧୀ ମଣ୍ଡଳୀରେ କଂଗ୍ରେସ ନେତା କେ.ସି ବେଣୁଗୋପାଳ ଏବଂ ଅଭିଷେକ ମନୁ ସିଂଘଭି, ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରାଏନ୍ ଏବଂ ନାଦିମୁଲ ହକ୍, ସିପିଆଇ(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସମାଜବାଦୀ ପାର୍ଟି ସାଂସଦ ଜାଭେଦ ଅଲି ଖାନ, ଆମ୍ ଆଦମୀ ପାର୍ଟି ସାଂସଦ ସନ୍ଦୀପ ପଠକ, ଡିଏମକେର କେ.ପି.ଓ୍ବିଲସନ, ଏନସିପି (ଶରଦ ପାୱାର)ର ଜିତେନ୍ଦ୍ର ଆୱାନ ପ୍ରମୁଖ ସାମିଲ ଥିଲେ ।
ବିରୋଧୀଙ୍କ ଏହି ପ୍ରତିନିଧୀ ଦଳ ନିର୍ବାଚନ କମିଶନଙ୍କୁ ବିରୋଧୀ ଦଳଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତଥ୍ୟ ଦେଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ଇଡି-ସିବିଆଇ ଜରିଆରେ କେବଳ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ୍ କରାଯାଉଛି ।
#Odia#Odisha#News
Share Article:

Related Articles