न्यूज़रूम ओडिशा
ब्रेकिंग
ओडिया समाचार

ନିର୍ବାଚନ କମିଶନଙ୍କ ‘ନ୍ୟାସନାଲ ଆଇକନ୍’ ପଦରୁ ଇସ୍ତଫା ଦେଲେ ପଙ୍କଜ ତ୍ରିପାଠୀ

ନୂଆଦିଲ୍ଲୀ: ଅଭିନେତା ପଙ୍କଜ ତ୍ରିପାଠୀ ନିର୍ବାଚନ କମିଶନଙ୍କ ‘ନ୍ୟାସନାଲ ଆଇକନ୍’ ପଦରୁ ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି। ‘ମେଁ ଅଟଳ ହୁଁ’ ଚଳଚ୍ଚିତ୍ରରେ ଜଣେ ରାଜନେତା ଭୂମିକାରେ ଅଭିନୟ କରୁଥିବାରୁ ସେ ନିର୍ବାଚନ କମିଶନଙ୍କ ‘ନ୍ୟାସନାଲ ଆଇକନ୍’ ଦାୟିତ୍ଵ ଛାଡ଼ି ଦେଇଛନ୍ତି। ରବି ଯାଦବଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମେଁ ଅଟଳ ହୁଁ’ରେ ତ୍ରିପାଠୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ଟ୍ରେଲର ରିଲିଜ ହେବା ପୂର୍ବରୁ ସେ [...]

Admin•12 जनवरी 2024
Share Article:

ନୂଆଦିଲ୍ଲୀ: ଅଭିନେତା ପଙ୍କଜ ତ୍ରିପାଠୀ ନିର୍ବାଚନ କମିଶନଙ୍କ ‘ନ୍ୟାସନାଲ ଆଇକନ୍’ ପଦରୁ ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି। ‘ମେଁ ଅଟଳ ହୁଁ’ ଚଳଚ୍ଚିତ୍ରରେ ଜଣେ ରାଜନେତା ଭୂମିକାରେ ଅଭିନୟ କରୁଥିବାରୁ ସେ ନିର୍ବାଚନ କମିଶନଙ୍କ ‘ନ୍ୟାସନାଲ ଆଇକନ୍’ ଦାୟିତ୍ଵ ଛାଡ଼ି ଦେଇଛନ୍ତି।

ରବି ଯାଦବଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମେଁ ଅଟଳ ହୁଁ’ରେ ତ୍ରିପାଠୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

ଫିଲ୍ମର ଟ୍ରେଲର ରିଲିଜ ହେବା ପୂର୍ବରୁ ସେ ଇସ୍ତଫା ଦେବାକୁ ଯୋଜନା କରିଥିଲେ ବୋଲି ଅଭିନେତା କହିଛନ୍ତି।

ନିର୍ବାଚନ କମିଶନଙ୍କ ମୁଖପାତ୍ର ଗୁରୁବାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ ରେ ତ୍ରିପାଠୀ ‘ନ୍ୟାସନାଲ ଆଇକନ୍’ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ସ୍ପଷ୍ଟ କରିଥିଲେ‌‌। ଅକ୍ଟୋବର ୨୦୨୨ରେ ତାଙ୍କୁ ଏହି ଦାୟିତ୍ଵ ଦିଆଯାଇଥିଲା।

#Odia#Odisha#News
Share Article:

Related Articles