न्यूज़रूम ओडिशा
ब्रेकिंग
ओडिया समाचार

ଜର୍ମାନୀରୁ ଫେରିବା ପରେ ପ୍ରଜ୍ବଳ ରେଭନ୍ନା ଗିରଫ

ବେଙ୍ଗାଲୁରୁ:ଯୌନ ନିର୍ଯାତନା ମାମଲାର ଅଭିଯକ୍ତ ଜେଡିଏସ୍ ସାଂସଦ ପ୍ରଜ୍ବଳ ରେଭନ୍ନା ଗିରଫ ହୋଇଛନ୍ତି । ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ କାଳ ବିଦେଶରେ ଆତ୍ମଗୋପନ କରିଥିବା ପ୍ରଜ୍ବଳ ଆଜି (ମେ ୩୧) ଭୋରରେ ଭାରତ ଫେରିବା ପରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ତାଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରୁ ହିଁ ଗିରଫ କରିଛି । ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପରଠୁ ରେଭନ୍ନା ଜର୍ମାନୀ ପଳାଇଥିଲେ। କିଛି ଦିନ ତଳେ ପ୍ରଜ୍ବଳ ଏକ ଭିଡ଼ିଓ ବାର୍ତ୍ତା ଜାରି [...]

Admin•31 मई 2024
Share Article:

ବେଙ୍ଗାଲୁରୁ:ଯୌନ ନିର୍ଯାତନା ମାମଲାର ଅଭିଯକ୍ତ ଜେଡିଏସ୍ ସାଂସଦ ପ୍ରଜ୍ବଳ ରେଭନ୍ନା ଗିରଫ ହୋଇଛନ୍ତି । ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ କାଳ ବିଦେଶରେ ଆତ୍ମଗୋପନ କରିଥିବା ପ୍ରଜ୍ବଳ ଆଜି (ମେ ୩୧) ଭୋରରେ ଭାରତ ଫେରିବା ପରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ତାଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରୁ ହିଁ ଗିରଫ କରିଛି । ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପରଠୁ ରେଭନ୍ନା ଜର୍ମାନୀ ପଳାଇଥିଲେ।

କିଛି ଦିନ ତଳେ ପ୍ରଜ୍ବଳ ଏକ ଭିଡ଼ିଓ ବାର୍ତ୍ତା ଜାରି କରି କହିଥିଲେ ଯେ ସେ ମେ ୩୧ରେ ଏସ୍ଆଇଟି ସମ୍ମୁଖରେ ଆତ୍ମସମର୍ପଣ କରିବେ। ପ୍ରଜ୍ବଳ କର୍ଣ୍ଣାଟକର ହାସନରୁ ଜେଡିଏସ ସାଂସଦ ଏବଂ ଏଥର ମଧ୍ୟ ଏହି ଲୋକସଭା ଆସନରୁ ଏନଡିଏ ପ୍ରାର୍ଥୀ ଅଛନ୍ତି। ତେବେ ଯୌନ ନିର୍ଯାତନା ଅଭିଯୋଗ ପରେ ଦଳ ତାଙ୍କୁ ସାଂସଦ ପଦରୁ ନିଲମ୍ବିତ କରିଥିଲା। ପାର୍ଟି ମୁଖ୍ୟ ତଥା ପ୍ରଜ୍ବଳଙ୍କ ଜେଜେବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା ମଧ୍ୟ ତାଙ୍କୁ ଭାରତ ଫେରି ଆତ୍ମସମର୍ପଣ କରିବାକୁ କହିଥିଲେ। ଯଦି ସେ ଭାରତ ନ ଆସନ୍ତି ତେବେ ତାଙ୍କୁ ପରିବାରରୁ ବାସନ୍ଦ କରି ଦିଆଯିବ ବୋଲି ଚେତାବନୀ ଦେଇଥିଲେ।

ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ନେଇ ପ୍ରଜ୍ବଳଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି। କେବଳ ବଳାତ୍କାର ନୁହେଁ, ତାଙ୍କ ଯୌନ ନିର୍ଯାତନାରେ ଶିକାର ମହିଳାଙ୍କୁ ସେ ବ୍ଲାକମେଲ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ତାଙ୍କ ପିତା ତଥା ଜେଡିଏସ୍ ବିଧାୟକ ଏଚଡି ରେଭନ୍ନାଙ୍କ ମଧ୍ୟ ଏହି ମାମଲାରେ ଜଣେ ଅଭିଯୁକ୍ତ। ନିକଟରେ ସେ ଜାମିନରେ ମୁକୁଳିଥିଲେ।

#Odia#Odisha#News
Share Article:

Related Articles