କଂଗ୍ରେସ ଭଲ ପ୍ରଦର୍ଶନ ନ କଲେ ରାହୁଲ ରାଜନୀତିରୁ ବ୍ରେକ୍ ନେବା ଉଚିତ: ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ : ଯଦି ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଆଶାନୁରୂପ ଫଳ ନ ମିଳୁଛି, ତେବେ ରାହୁଲ ଗାନ୍ଧୀଙ୍କୁ ରାଜନୀତିରୁ ବ୍ରେକ୍ ନେବା ଉଚିତ। ରାହୁଲଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଜଣାଶୁଣା ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ସେ କହିଛନ୍ତି, ‘ଗତ ୧୦ ବର୍ଷ ଧରି ରାହୁଲ କଂଗ୍ରେସକୁ ଜିତାଇବା ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଏହା ସତ୍ତ୍ୱେ ସେ ନିଜକୁ ରାଜନୀତିରୁ ବିରତି ନେଉ ନାହାଁନ୍ତି କି ଅନ୍ୟ କାହାକୁ ଦଳର ନେତୃତ୍ୱ [...]
ନୂଆଦିଲ୍ଲୀ : ଯଦି ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଆଶାନୁରୂପ ଫଳ ନ ମିଳୁଛି, ତେବେ ରାହୁଲ ଗାନ୍ଧୀଙ୍କୁ ରାଜନୀତିରୁ ବ୍ରେକ୍ ନେବା ଉଚିତ। ରାହୁଲଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଜଣାଶୁଣା ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ସେ କହିଛନ୍ତି, ‘ଗତ ୧୦ ବର୍ଷ ଧରି ରାହୁଲ କଂଗ୍ରେସକୁ ଜିତାଇବା ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଏହା ସତ୍ତ୍ୱେ ସେ ନିଜକୁ ରାଜନୀତିରୁ ବିରତି ନେଉ ନାହାଁନ୍ତି କି ଅନ୍ୟ କାହାକୁ ଦଳର ନେତୃତ୍ୱ ନେବାକୁ ଦେଉ ନାହାଁନ୍ତି। ମୋ ମତରେ ଏହା ଅଗଗଣତାନ୍ତ୍ରିକ | ତାଙ୍କୁ ସ୍ବୀକାର କରିବାକୁ ପଡ଼ିବ ଯେ ସେ ବିଫଳ ହୋଇଛନ୍ତି । ଯଦି କଂଗ୍ରେସ ଆଗାମୀ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ ନ କରେ, ତେବେ ସେ ରାଜନୀତିରୁ ୫ ବର୍ଷ ଯାଏଁ ବିରତି ନେଲେ କିଛି କ୍ଷତି ନାହିଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତିି ।
ଏହାଛଡ଼ା ପ୍ରଶାନ୍ତ କିଶୋର ଦାବି କରିଛନ୍ତିି ଯେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ପୁଣି ଥରେ ସରକାର ଗଠନ କରିବ। ଦଳ ୩୦୦ ରୁ ଅଧିକ ସିଟ୍ ଜିତିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତିି । ସେ କହିଛନ୍ତି, ବିରୋଧୀ ଦଳର ଉଦାସୀନତା ଓ ଦୁର୍ବଳ ରଣନୀତି ଯୋଗୁଁ ଦକ୍ଷିଣ ଏବଂ ପୂର୍ବ ଭାରତରେ ବିଜେପିକୁ ନିର୍ବାଚନୀ ଫାଇଦା ହେବ । ଦେଶରେ ଏହି ଦୁଇ ଭାଗରେ ୨୦୧୯ ତୁଳନାରେ ଦଳର ଭୋଟ୍ ପ୍ରତିଶତ ଏବଂ ଆସନ ବୃଦ୍ଧି ପାଇପାରେ।
ବ୍ରିଜରୁ ୧୦ ଫୁଟ ତଳକୁ ଖସିଲା ସ୍କୁଟି, ୩ ଆରୋହୀ ମୃତ
Next Articleଇତିହାସ ରଚିଲା ମୁମ୍ବାଇ ଇଣ୍ଡିଆନ୍ସ, ବିଶ୍ୱର ପ୍ରଥମ ଦଳ ଭାବେ ଜିତିଲା ୧୫୦ ଟି-୨୦ ମ୍ୟାଚ୍
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
