ପୁଣେ ପୋର୍ସ ଦୁର୍ଘଟଣା: ରକ୍ତ ନମୁନା ବଦଳାଇବା ପାଇଁ ୩ ଲକ୍ଷ ଲାଞ୍ଚ ଦେଇଥିଲେ ନାବାଳକର ବାପା
ପୁଣେ: ପୁଣେ ପୋର୍ସ ଦୁର୍ଘଟଣା ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେବାରେ ଲାଗିଛି । ପୁଣେ ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି ଯେ ନାବାଳକ ଅଭିଯୁକ୍ତର ବାପା ତାଙ୍କ ପୁଅ ମଦ ପିଇଥିବା କଥା ଲୁଚାଇବା ପାଇଁ ରକ୍ତ ନମୁନା ବଦଳାଇଥିଲେ । ଏଥିପାଇଁ ନାବାଳକର ବାପା ବିଶାଲ ଅଗ୍ରୱାଲ ଏକ ସରକାରୀ ଡାକ୍ତରଖାନାର ପିଅନ ଜରିଆରେ ଦୁଇ ଜଣ ଡ଼ାକ୍ତରଙ୍କୁ ୩ ଲକ୍ଷ ଟଙ୍କାର ଲାଞ୍ଚ ଦେଇଥିଲେ । ପୁଅର ରକ୍ତ ନମୁନା [...]
ପୁଣେ: ପୁଣେ ପୋର୍ସ ଦୁର୍ଘଟଣା ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେବାରେ ଲାଗିଛି । ପୁଣେ ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି ଯେ ନାବାଳକ ଅଭିଯୁକ୍ତର ବାପା ତାଙ୍କ ପୁଅ ମଦ ପିଇଥିବା କଥା ଲୁଚାଇବା ପାଇଁ ରକ୍ତ ନମୁନା ବଦଳାଇଥିଲେ । ଏଥିପାଇଁ ନାବାଳକର ବାପା ବିଶାଲ ଅଗ୍ରୱାଲ ଏକ ସରକାରୀ ଡାକ୍ତରଖାନାର ପିଅନ ଜରିଆରେ ଦୁଇ ଜଣ ଡ଼ାକ୍ତରଙ୍କୁ ୩ ଲକ୍ଷ ଟଙ୍କାର ଲାଞ୍ଚ ଦେଇଥିଲେ ।
ପୁଅର ରକ୍ତ ନମୁନା ବଦଳାଇବା ପାଇଁ ବିଶାଲ ଅଗ୍ରୱାଲ ପୁଣେର ସାସୁନ୍ ହସ୍ପିଟାଲର ଫରେନସିକ୍ ମୁଖ୍ୟ ଅଜୟ ତାୱଡେଙ୍କ ସହ ଫୋନରେ କଥା ମଧ୍ୟ ହୋଇଥିଲେ। ଡକ୍ଟର ହେଲନୋର ପୋଲିସ ନିକଟରେ ମାନିଛନ୍ତି ଯେ ସେ ଡ଼ାକ୍ତର ତାୱଡେଙ୍କ କହିବା ଅନୁସାରେ ନାବାଳକର ମୂଳ ରକ୍ତ ନମୁନାକୁ ଡଷ୍ଟବିନରେ ଫିଙ୍ଗି ଦେଇଥିଲେ । ନାବାଳକ ମଦ ପିଇ ନଥିଲା ବୋଲି ପ୍ରମାଣିତ କରିବା ପାଇଁ ସେ ଅନ୍ୟ ଜଣଙ୍କର ରକ୍ତ ନମୁନା ଆଣି ରିପୋର୍ଟ ପ୍ରସ୍ତୁତ କରିଥିଲେ । ଉଭୟ ଡାକ୍ତରଙ୍କୁ ଗତକାଲି ଗିରଫ କରାଯାଇଥିଲା। ଆଜି ସେହି ହସ୍ପିଟାଲର ପିଅନ୍ ଅତୁଲ ଘଟକମ୍ବଲେଙ୍କୁ ଗିରଫ କରିଛି ପୋଲିସ।
ଅନ୍ୟପକ୍ଷରେ ପୁଣେ ଜିଲ୍ଲା କୋର୍ଟ ଅଭିଯୁକ୍ତ ନାବାଳକର ବାପା ଏବଂ ଜେଜେବାପାଙ୍କ ନ୍ୟାୟିକ ହାଜତ ମିଆଦକୁ ମେ ୩୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ନାବାଳକର ବାପା ପୁଣେର ଜଣେ ଜଣାଶୁଣା ରିଅଲ୍ ଇଷ୍ଟେଟ୍ ଡିଲର୍ ।
କ୍ରାଇମ ବ୍ରାଞ୍ଚ ପୁଣେ ପୋର୍ସ କାର୍ ଦୁର୍ଘଟଣାର ତଦନ୍ତ କରୁଛି। ମେ ୧୯ ତାରିଖ ରାତିରେ ୧୭ ବର୍ଷୀୟ ନାବାଳକ ଦ୍ରୁତ ଗତିରେ ପୋର୍ସ କାର ଚଳାଇ ଯାଉଥିବା ବେଳେ ପୁଣେର କଲ୍ୟାଣନଗର ଅଞ୍ଚଳରେ ଦୁଇଜଣ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ମୃତକ ଦୁହେଁ ଆଇଟି ପ୍ରଫେସନାଲ ଥିଲେ। ନାବାଳକ ମଦ ପିଇ ଡ୍ରାଇଭିଂ କରିଥିବା ଅଭିଯୋଗ ହୋଇଥିଲା।
ଜୁଭେନାଇଲ ଜଷ୍ଟିସ ବୋର୍ଡ ଦୁର୍ଘଟଣାର ମାତ୍ର ୧୫ ଘଣ୍ଟା ଭିତରେ ନାବାଳକ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିଥିଲେ । ସଡ଼କ ଦୁର୍ଘଟଣା ସମ୍ପର୍କରେ ଏକ ପ୍ରବନ୍ଧ ଲେଖିବା ସର୍ତ୍ତରେ ନାବାଳକକୁ ଜାମିନ ଦେଇଥିଲେ କୋର୍ଟ। ତେବେ କୋର୍ଟଙ୍କ ରାୟ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୋଲିସ ପୁନର୍ବିଚାର ଆବେଦନ ଦାୟର କରିଥିଲା । ଏହାପରେ ନାବାଳକ ଅଭିଯୁକ୍ତର ଜାମିନ ରଦ୍ଦ କରି କୋର୍ଟ ତାକୁ ଜୁନ୍ ୫ ଯାଏଁ ବାଳ ସୁଧାର ଗୃହକୁ ପଠାଇ ଦେଇଥିଲେ।
Elections 2024: Odisha Police Removes 420 Offensive Posts in Social Media
Next Articleବିଜେପିର ଆଉ ଏକ ଅଶାଳୀନ ଟିପ୍ପଣୀର ଶାଳୀନତାପୂର୍ବକ ଦୃଢ଼ ଜବାବ ଦେଲେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
