ପୁଣେ ପୋର୍ସ କାର୍ ଦୁର୍ଘଟଣା: ନାବାଳକର ମାଆଙ୍କୁ ବି ବାନ୍ଧିଲା ପୋଲିସ, ପୁଅ ବଦଳରେ ନିଜ ରକ୍ତ ନମୁନା ଦେଇଥିଲେ
ପୁଣେ: ପୁଣେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ନାବାଳକ ଅଭିଯୁକ୍ତର ମାଆଙ୍କୁ ବି ଗିରଫ କରିଛି ପୋଲିସ। ନାବାଳକର ମାଆ ଶିବାନୀ ଅଗ୍ରୱାଲଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ (ଜୁନ୍ ୨) ଗିରଫ କରାଯାଇଥିବା ପୁଣେ ପୋଲିସ କମିଶନର ଅମିତେଶ କୁମାର ସୂଚନା ଦେଇଛନ୍ତି। ନାବାଳକର ମା’ ତାଙ୍କ ପୁଅର ରକ୍ତ ନମୁନା ବଦଳାଇବା ପାଇଁ ନିଜ ରକ୍ତ ନମୁନା ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏହାଛଡ଼ା ସେ ଡାକ୍ତରମାନଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି। ଗତ [...]
ପୁଣେ: ପୁଣେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ନାବାଳକ ଅଭିଯୁକ୍ତର ମାଆଙ୍କୁ ବି ଗିରଫ କରିଛି ପୋଲିସ। ନାବାଳକର ମାଆ ଶିବାନୀ ଅଗ୍ରୱାଲଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ (ଜୁନ୍ ୨) ଗିରଫ କରାଯାଇଥିବା ପୁଣେ ପୋଲିସ କମିଶନର ଅମିତେଶ କୁମାର ସୂଚନା ଦେଇଛନ୍ତି। ନାବାଳକର ମା’ ତାଙ୍କ ପୁଅର ରକ୍ତ ନମୁନା ବଦଳାଇବା ପାଇଁ ନିଜ ରକ୍ତ ନମୁନା ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏହାଛଡ଼ା ସେ ଡାକ୍ତରମାନଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି।
ଗତ କିଛି ଦିନ ଧରି ଶିବାନୀ ଅଗ୍ରୱାଲ ଫେରାର ଥିଲେ। ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।
ଦୁର୍ଘଟଣା ବେଳେ ତାଙ୍କ ପୁଅ ମଦ ପିଇଥିବା କଥା ଲୁଚାଇବା ପାଇଁ ତା’ର ରକ୍ତ ନମୁନାକୁ ଶିବାନୀ ନିଜ ରକ୍ତ ନମୁନା ସହ ବଦଳାଇ ଦେଇଥିଲେ ବୋଲି ପୋଲିସ କହିଛି। ସେପଟେ ପୁଣେ ପୋଲିସର କ୍ରାଇମ ବ୍ରାଞ୍ଚ ଆଜି ନାବାଳକକୁ ଜେରା କରିବ। ଏଥିପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଅନୁମତି ଦେଇଛନ୍ତି।
ମେ ୧୯ ବିଳମ୍ବିତ ରାତିରେ ୧୭ ବର୍ଷୀୟ ନାବାଳକ ନିଜ ସାଙ୍ଗ ମାନଙ୍କ ସହ ପାର୍ଟି କରିବା ପରେ ଲଗଜରୀ ପୋର୍ସ କାର୍ ଡ଼୍ରାଇଭିଂ କରି ଯାଉଥିବା ବେଳେ କଲ୍ୟାଣୀ ନଗର ଅଞ୍ଚଳରେ ବାଇକ୍ ଆରୋହୀ ଦୁଇ ସଫ୍ଟୱେର ଇଞ୍ଜିନିୟରଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇବା ସମୟରେ ନାବାଳକ ଅଭିଯୁକ୍ତ ମଦ ପିଇଥିଲା ଓ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ କାର ଚଳାଉଥିଲା ।
ଏହି ମାମଲାରେ ଅଭିଯୁକ୍ତଙ୍କ ମାଆ ସହ ଏଯାବତ୍ ୧୧ ଜଣଙ୍କୁ ଗିରଫ କରାଯାଇଛି। ପୂର୍ବରୁ ନାବାଳକର ବାପାଙ୍କୁ ମେ ୨୧ ଏବଂ ପରେ ଜେଜେବାପାଙ୍କୁ ମେ ୨୫ରେ ଗିରଫ କରିଥିଲା ପୋଲିସ। ଏହାଛଡ଼ା ରକ୍ତ ନମୁନା ବଦଳାଇଥିବା ସସୁନ୍ ହସ୍ପିଟାଲର ଦୁଇଜଣ ଡାକ୍ତର, ଜଣେ ପିଅନ ମଧ୍ୟ ବନ୍ଧା ହୋଇଥିଲେ। ଦୁଇଟି ମଦ ବାରର ମାଲିକ-ମ୍ୟାନେଜରଙ୍କୁ ବି ଗିରଫ କରାଯାଇଥିଲା । ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ (ଜେଜେବି) ନାବାଳକକୁ ଜୁନ୍ ୫ ପର୍ଯ୍ୟନ୍ତ ବାଳ ସୁଧାର ଗୃହକୁ ପଠାଇଛି।
ଅନ୍ୟପକ୍ଷରେ ପୁଣେ କୋର୍ଟ ଶୁକ୍ରବାର (୩୧ ମଇ) ନାବାଳକର ବାପା ବିଶାଲ ଅଗ୍ରୱାଲ ଏବଂ ଜେଜେ ସୁରେନ୍ଦ୍ର ଅଗ୍ରୱାଲଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇଥିଲେ। ଦୁହେଁ ନିଜ ଘରୋଇ ଡ୍ରାଇଭରକୁ ଅପହରଣ କରି ଦୁର୍ଘଟଣାର ଦୋଷ ନିଜ ଉପରକୁ ନେବାକୁ ଚାପ ପକାଉଥିଲେ ବୋଲି ଅଭିଯୋଗ ହୋଇଛି।
ଆଜି ଶେଷ ପର୍ଯ୍ୟାୟ ଭୋଟ, ବାରାଣସୀ ସହ ୫୭ ଆସନରେ ଚାଲିଛି ମତଦାନ
Next ArticleOdisha Puppeteer Padma Shri Maguni Charana Kuanra Passes Away At The Age of 88
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
