ଆଜି ରାଜସ୍ଥାନ ରୟାଲ୍ସ – ଆରସିବି ଏଲିମିନେଟର
ଅହମ୍ମଦାବାଦ: ଆଇପିଏଲ୍ ପ୍ଲେ ଅଫ ପର୍ଯ୍ୟାୟରେ ବୁଧବାର ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ପରାଜିତ ଦଳ ବିଦା ହେବାକୁ ଥିବା ବେଳେ ବିଜୟୀ ଦଳ ପ୍ରଥମ କ୍ବାଲିଫାୟରରେ ହାରିଥିବା ସନରାଇଜର୍ସ ହାଇଦ୍ରାବାଦକୁ କ୍ବାଲିଫାୟର-୨ରେ ଭେଟିବ। ସଞ୍ଜୁ ସାମସନଙ୍କ ନେତୃତ୍ଵାଧୀନ ରାଜସ୍ଥାନ ରୟାଲ୍ସ ଏକଦା ଟପ୍-୨ ସ୍ଥାନରେ ରହିବ ବୋଲି ମନେ ହେଉଥିଲା। ହେଲେ ଲଗାତାର ଚାରିଟି ପରାଜୟ ଏବଂ କେକେଆର ବିପକ୍ଷ ଶେଷ ଲିଗ୍ [...]
ଅହମ୍ମଦାବାଦ: ଆଇପିଏଲ୍ ପ୍ଲେ ଅଫ ପର୍ଯ୍ୟାୟରେ ବୁଧବାର ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ପରାଜିତ ଦଳ ବିଦା ହେବାକୁ ଥିବା ବେଳେ ବିଜୟୀ ଦଳ ପ୍ରଥମ କ୍ବାଲିଫାୟରରେ ହାରିଥିବା ସନରାଇଜର୍ସ ହାଇଦ୍ରାବାଦକୁ କ୍ବାଲିଫାୟର-୨ରେ ଭେଟିବ।
ସଞ୍ଜୁ ସାମସନଙ୍କ ନେତୃତ୍ଵାଧୀନ ରାଜସ୍ଥାନ ରୟାଲ୍ସ ଏକଦା ଟପ୍-୨ ସ୍ଥାନରେ ରହିବ ବୋଲି ମନେ ହେଉଥିଲା। ହେଲେ ଲଗାତାର ଚାରିଟି ପରାଜୟ ଏବଂ କେକେଆର ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯିବା କାରଣରୁ ସାମସନଙ୍କ ଦଳ ସନରାଇଜର୍ସ ହାଇଦ୍ରାବାଦ ପଛରେ ତୃତୀୟ ସ୍ଥାନରେ ରହିଥିଲା।
ଅନ୍ୟପକ୍ଷରେ ଏକ ସମୟରେ ପ୍ଲେଅଫ୍ ରେସରୁ ବାହାରେ ରହିଥିବା ଆରସିବି ଅପ୍ରତ୍ୟାଶିତ ଭାବେ ଚତୁର୍ଥ ସ୍ଥାନ ହାସଲ କରିଥିଲା। ପ୍ରଥମ ୮ଟି ମ୍ୟାଚ୍ ମଧ୍ୟରୁ ୭ଟି ହାରିବା ପରେ ଫାଫ୍ ଡୁ ପ୍ଲେସିସଙ୍କ ଦଳ ଲଗାତାର ୬ ମ୍ୟାଚ୍ ଜିତିଥିଲା । ଦଳ ଶେଷ ଲିଗ୍ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ପ୍ରବେଶ କରିଥିଲା।
୨୦୦୮ରେ ଆଇପିଏଲର ପ୍ରଥମ ସିଜନର ଚାମ୍ପିୟନ୍ ରୟାଲ୍ସ କିଛି ସପ୍ତାହ ପୂର୍ବରୁ ମୁଖ୍ୟ ଟାଇଟଲ୍ ଦାବିଦାର ଭାବେ ବିବେଚିତ ହେଉଥିଲା । କିନ୍ତୁ ଗତ ଚାରିଟି ମ୍ୟାଚରେ ଦଳର ବ୍ୟାଟିଂ ଏବଂ ବୋଲିଂର ଦୁର୍ବଳତା ପଦାରେ ପଡ଼ି ଯାଇଥିଲା।
ଜୋସ୍ ବଟଲରଙ୍କ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ ପରେ ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ଉପରେ ଚାପ ପଡ଼ିଛି। ବଟଲରଙ୍କ ଅନୁପସ୍ଥିତିରେ ବର୍ତ୍ତମାନ ଯଶସ୍ୱୀ ଜୈସୱାଲ (୩୪୮ ରନ୍), କ୍ୟାପଟେନ୍ ସାମସନ୍ (୫୦୪ ରନ୍) ଏବଂ ରିଆନ୍ ପରାଗ (୫୩୧ ରନ୍)ଙ୍କ ଉପରେ ବ୍ୟାଟିଂ ବିଭାଗର ଦାୟିତ୍ଵ ରହିବ।
ସାମସନ ଏବଂ ପରାଗଙ୍କ ବ୍ୟତୀତ ଇଂଲଣ୍ଡର ଟମ ହୋଲର କ୍ୟାଡମୋରଙ୍କ ଠାରୁ ମଧ୍ୟ ଏକ ଭଲ ଇନିଂସ ଆଶା କରାଯିବ ଯିଏ ଜୈସୱାଲଙ୍କ ସହ ଇନିଂସ ଓପନ୍ କରିପାରନ୍ତି।
ସିମ୍ରନ୍ ହେଟମାୟର ନିମ୍ନ କ୍ରମକୁ ମଜବୁତ କରିବେ, ଯଦିଓ ଏହି ସିଜନରେ ଏପର୍ଯ୍ୟନ୍ତ ତାଙ୍କ ବ୍ୟାଟରୁ ଆଶାନୁରୂପ ରନ୍ ବର୍ଷା ହୋଇନାହିଁ ।
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଅନ୍ୟ ଗ୍ରାଉଣ୍ଡ ପରି ବ୍ୟାଟ୍ସମ୍ୟାନଙ୍କ ଭୂସ୍ବର୍ଗ ନୁହେଁ, ତେଣୁ ରୟାଲ୍ସ ବୋଲରମାନେ ଏଠାରେ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି। ଚଳିତ ସିଜନରେ ଏହି ଗ୍ରାଉଣ୍ଡରେ ୧୨ଟି ଇନିଂସ ମଧ୍ୟରୁ ମାତ୍ର ଦୁଇ ଥର ୨୦୦ରୁ ଊର୍ଦ୍ଧ୍ବ ସ୍କୋର ହୋଇଛି ।
ଅନ୍ୟପକ୍ଷରେ ଆରସିବିର ବିରାଟ କୋହଲି ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୧୪ଟି ମ୍ୟାଚରେ ୭୦୮ ରନ୍ କରିଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ଏହି ନକ୍ଆଉଟ୍ ମ୍ୟାଚରେ ମଧ୍ୟ ଆରସିବି ପାଇଁ ସେ ପୁଣି ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇପାରନ୍ତି।
Naveen Appeals All to Vote For Santrupta Mishra For Development of Cuttack
Next ArticleBJD Will Create New Record and Sweep The Polls: Kartik Pandian
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
