न्यूज़रूम ओडिशा
ब्रेकिंग
ओडिया समाचार

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଆରବିଆଇ କଟକଣା, ଫେବୃଆରୀ ୨୯ ପରେ ଜମା ଗ୍ରହଣ ଉପରେ ରୋକ୍

ମୁମ୍ବାଇ: ନିୟମ ଉଲ୍ଲଘଂନ ଯୋଗୁଁ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ କଟକଣା ଲଗାଇଛି ରିଜର୍ଭ ବ୍ୟାଙ୍କ୍ । ଫେବୃଆରୀ ୨୯ ପରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ୍ ଗ୍ରାହକଙ୍କ ଠାରୁ ଜମା ଗ୍ରହଣ କରିବନି। ଏହାଛଡ଼ା ଓ୍ବାଲେଟ୍, ପ୍ରିପେଡ୍ ଏବଂ ଫାଷ୍ଟାଗ୍ ଆଦି କାରବାର ନେଇ ମଧ୍ୟ ପେଟିଏମକୁ ବାରଣ କରିଛି ଆରବିଆଇ। ସିଷ୍ଟମ ଅଡିଟ୍ ରିପୋର୍ଟ ଓ ନିରପେକ୍ଷ ଅଡିଟରଙ୍କ ଅନୁପାଳନ ଯାଞ୍ଚ୍ ରିପୋର୍ଟ ଆଧାରରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍ (ପିପିବିଏଲ୍) ବିରୋଧରେ ଏହି ଆକ୍ସନ [...]

Admin•31 जनवरी 2024
Share Article:

ମୁମ୍ବାଇ: ନିୟମ ଉଲ୍ଲଘଂନ ଯୋଗୁଁ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ କଟକଣା ଲଗାଇଛି ରିଜର୍ଭ ବ୍ୟାଙ୍କ୍ । ଫେବୃଆରୀ ୨୯ ପରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ୍ ଗ୍ରାହକଙ୍କ ଠାରୁ ଜମା ଗ୍ରହଣ କରିବନି। ଏହାଛଡ଼ା ଓ୍ବାଲେଟ୍, ପ୍ରିପେଡ୍ ଏବଂ ଫାଷ୍ଟାଗ୍ ଆଦି କାରବାର ନେଇ ମଧ୍ୟ ପେଟିଏମକୁ ବାରଣ କରିଛି ଆରବିଆଇ।

ସିଷ୍ଟମ ଅଡିଟ୍ ରିପୋର୍ଟ ଓ ନିରପେକ୍ଷ ଅଡିଟରଙ୍କ ଅନୁପାଳନ ଯାଞ୍ଚ୍ ରିପୋର୍ଟ ଆଧାରରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍ (ପିପିବିଏଲ୍) ବିରୋଧରେ ଏହି ଆକ୍ସନ ନେଇଛି ରିଜର୍ଭ ବ୍ୟାଙ୍କ । ପେଟିଏମ୍ କାର୍ଯ୍ୟପନ୍ଥା ନେଇ ଅଧିକ ଯାଞ୍ଚ ଆବଶ୍ୟକ ବୋଲି ଆରବିଆଇ କହିଛି ।

କେନ୍ଦ୍ରୀୟ ବ୍ୟାଙ୍କ କହିଛି, “ଫେବୃଆରୀ ୨୯, ୨୦୨୪ ପରେ କୌଣସି ଗ୍ରାହକଙ୍କ ଆକାଉଣ୍ଟ, ପ୍ରିପେଡ୍ ମିଡିୟମ୍, ୱାଲେଟ୍, ଫାଷ୍ଟାଗ୍, ଏନସିଏମସି କାର୍ଡ ଆଦିରେ କୌଣସି ଜମା କିମ୍ବା କ୍ରେଡିଟ୍ କାରବାର ଅବା ଟପ୍ ଅପକୁ ଅନୁମତି ଦିଆଯିବ ନାହିଁ। ତେବେ ସୁଧ, କ୍ୟାସବ୍ୟାକ୍ କିମ୍ବା ରିଫଣ୍ଡ୍ ଉପରେ କୌଣସି କଟକଣା ରହିବ ନାହିଁ।

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଗ୍ରାହକମାନଙ୍କୁ କୌଣସି ପ୍ରତିବନ୍ଧକ ବିନା ସେଭିଂ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ପ୍ରିପେଡ୍ ମିଡିୟମ୍, ଫାଷ୍ଟାଗ୍, ନ୍ୟାସନାଲ କମନ୍ ମୋବିଲିଟି କାର୍ଡ (ଏନସିଏମ୍ସି) ସହ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ବାହାର ଓ ବ୍ୟବହାର କରିବାକୁ ଅନୁମତି ଦିଆଯିବ ବୋଲି ଆରବିଆଇ କହିଛି।

ଏହା ପୂର୍ବରୁ ମାର୍ଚ୍ଚ ୨୦୨୨ରେ ବି ଆରବିଆଇ ନିୟମ ଉଲ୍ଲଘଂନ ପାଇଁ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କକୁ ନୂଆ ଗ୍ରାହକ ଯୋଡିବାକୁ ବାରଣ କରିଥିଲା |

#Odia#Odisha#News
Share Article:

Related Articles