न्यूज़रूम ओडिशा
ब्रेकिंग
ओडिया समाचार

ପେଟିଏମ୍ ସଙ୍କଟ: ମାର୍ଚ୍ଚ ୧୫ ଯାଏଁ କଟକଣା କୋହଳ କଲା ଆରବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କରେ ଜମା ଓ ଅନ୍ୟାନ୍ୟ କାରବାର ସମୟ ସୀମାକୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛି। ପ୍ରଥମେ ଏହି ସମୟସୀମା ଫେବୃଆରୀ ୨୯ ଥିଲା । ଆରବିଆଇ ଏନେଇ ଶୁକ୍ରବାର ଏକ ସର୍କୁଲାର ଜାରି କରିଛି। ଗତ କିଛି ଦିନ ତଳେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ନେଇ ଲୋକଙ୍କଠାରୁ ଆରବିଆଇକୁ ଅନେକ ପ୍ରଶ୍ନ ଆସିଥିଲା । ଏହି ଆଧାରରେ ଆରବିଆଇ ଲୋକଙ୍କ ଦ୍ବନ୍ଦ୍ବ ଦୂର କରିବା ପାଇଁ ଏକ ଏଫ୍ଏକ୍ୟୁ [...]

Admin•16 फ़रवरी 2024
Share Article:

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କରେ ଜମା ଓ ଅନ୍ୟାନ୍ୟ କାରବାର ସମୟ ସୀମାକୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛି। ପ୍ରଥମେ ଏହି ସମୟସୀମା ଫେବୃଆରୀ ୨୯ ଥିଲା । ଆରବିଆଇ ଏନେଇ ଶୁକ୍ରବାର ଏକ ସର୍କୁଲାର ଜାରି କରିଛି। ଗତ କିଛି ଦିନ ତଳେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ନେଇ ଲୋକଙ୍କଠାରୁ ଆରବିଆଇକୁ ଅନେକ ପ୍ରଶ୍ନ ଆସିଥିଲା । ଏହି ଆଧାରରେ ଆରବିଆଇ ଲୋକଙ୍କ ଦ୍ବନ୍ଦ୍ବ ଦୂର କରିବା ପାଇଁ ଏକ ଏଫ୍ଏକ୍ୟୁ (ପ୍ରଶ୍ନ-ଉତ୍ତର) ମଧ୍ୟ ଜାରି କରିଛି।

ନିୟମ ଉଲ୍ଲଘଂନ ପାଇଁ ରିଜର୍ଭ ବ୍ୟାଙ୍କ ଜାନୁଆରୀ ୩୧ରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ କଟକଣା ଲଗାଇଥିଲା । ଫେବୃଆରୀ ୨୯ ପରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ କଟକଣା ଲାଗୁ ହେବ ବୋଲି କହିଥିଲା ଆରବିଆଇ । ଆରବିଆଇ କିନ୍ତୁ ଏହି ସମୟସୀମା ଆଉ ୧୫ ଦିନ ବଢ଼ାଇଛି। ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ମାଧ୍ୟମରେ ଉପଲବ୍ଧ ସେବା ଗୁଡ଼ିକ ଫେବୃଆରୀ ୨୯ ପରିବର୍ତ୍ତେ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲୁ ରହିବ।

ପେଟିଏମ୍ ଏହାର ୟୁପିଆଇ ସେବା କେବଳ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରିଥାଏ | ତେଣୁ ମାର୍ଚ୍ଚ ୧୫ ପରେ ଏହାର ୟୁପିଆଇ ସେବା ମଧ୍ୟ ବନ୍ଦ ହୋଇଯିବ | ପେଟିଏମ୍ କହିଛି ଯେ ଏ ସମ୍ପର୍କରେ ଉଭୟ ଏନପିସି ଏବଂ ଆରବିଆଇ ସହ ଆଲୋଚନା ଚାଲିଛି।

#Odia#Odisha#News
Share Article:

Related Articles