ଖୁବ୍ ଶୀଘ୍ର ୟୁପିଆଇ ଜରିଆରେ ଟଙ୍କା ଜମା କରିବା ସୁବିଧା ମିଳିବ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍) ଜରିଆରେ ନଗଦ ଟଙ୍କା ଜମା କରିବାକୁ ସୁବିଧା ଉପଲବ୍ଧ କରାଇବ। ଏହା ସହିତ ପିପିଆଇ (ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ୍) କାର୍ଡ ଧାରକମାନଙ୍କୁ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପରି ତୃତୀୟ ପକ୍ଷ ୟୁପିଆଇ ଆପ୍ ମାଧ୍ୟମରେ ପେମେଣ୍ଟ କରିବାକୁ ମଧ୍ୟ ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଛି । ଏଟିଏମରେ ୟୁପିଆଇ ବ୍ୟବହାର କରି କାର୍ଡ ରହିତ ଟଙ୍କା ଉଠାଇବା ଦୃଷ୍ଟିରୁ ବର୍ତ୍ତମାନ ୟୁପିଆଇ ବ୍ୟବହାର କରି ନଗଦ [...]
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍) ଜରିଆରେ ନଗଦ ଟଙ୍କା ଜମା କରିବାକୁ ସୁବିଧା ଉପଲବ୍ଧ କରାଇବ। ଏହା ସହିତ ପିପିଆଇ (ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ୍) କାର୍ଡ ଧାରକମାନଙ୍କୁ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପରି ତୃତୀୟ ପକ୍ଷ ୟୁପିଆଇ ଆପ୍ ମାଧ୍ୟମରେ ପେମେଣ୍ଟ କରିବାକୁ ମଧ୍ୟ ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଛି ।
ଏଟିଏମରେ ୟୁପିଆଇ ବ୍ୟବହାର କରି କାର୍ଡ ରହିତ ଟଙ୍କା ଉଠାଇବା ଦୃଷ୍ଟିରୁ ବର୍ତ୍ତମାନ ୟୁପିଆଇ ବ୍ୟବହାର କରି ନଗଦ କ୍ୟାସ୍ ଡିପୋଜିଟ ମେସିନ୍ (ସିଡିଏମ୍)ରେ ଟଙ୍କା ଜମା କରିବା ସୁବିଧା ମଧ୍ୟ ଯୋଗାଇବାକୁ ପ୍ରସ୍ତାବ ରହିଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଏହି ସୂଚନା ଦେଇଛନ୍ତି।
ସମ୍ପ୍ରତି କ୍ୟାସ୍ ଡିପୋଜିଟ ମେସିନରେ ଟଙ୍କା ଜମା କରିବା ପାଇଁ ଡେବିଟ୍ କାର୍ଡର ବ୍ୟବହାର କରାଯାଉଛି। ତେବେ ୟୁପିଆଇ ମାଧ୍ୟମରେ ଟଙ୍କା ଜମା ପଦକ୍ଷେପ ଗ୍ରାହକଙ୍କ ଅଭିଜ୍ଞତାକୁ ଆହୁରି ସୁଗମ କରିବା ସହ ବ୍ୟାଙ୍କଗୁଡିକରେ ମୁଦ୍ରା ପରିଚାଳନା ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବ ବୋଲି ଦାଶ କହିଛନ୍ତି।
ଆରବିଆଇ କହିଛି ଯେ, ନଗଦ ଜମା ମେସିନର ବ୍ୟବହାର ଗ୍ରାହକଙ୍କ ସୁବିଧା ବଢ଼ାଇଥିବା ବେଳେ ଏହା ବ୍ୟାଙ୍କମାନଙ୍କ ଉପରେ ନଗଦ ଜମା କରିବା ଚାପକୁ ମଧ୍ୟ ହ୍ରାସ କରିଛି। ବର୍ତ୍ତମାନ ୟୁପିଆଇର ଲୋକପ୍ରିୟତା ଏବଂ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି କାର୍ଡ ରହିତ ନଗଦ ଜମା କରିବାର ସୁବିଧା ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି |
ଏହାଛଡ଼ା, ପିପିଆଇ (ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ୍) ୱାଲେଟରୁ ୟୁପିଆଇ ପେମେଣ୍ଟ କରିବାକୁ ତୃତୀୟ ପକ୍ଷ ୟୁପିଆଇ ଆପ୍ ବ୍ୟବହାରକୁ ଅନୁମତି ଦେବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି |
ସମ୍ପ୍ରତି ପିପିଆଇ ମାଧ୍ୟମରେ ୟୁପିଆଇ ପେମେଣ୍ଟ କେବଳ ପିପିଆଇ କାର୍ଡ ଜାରି କରିଥିବା ସଂସ୍ଥା ତରଫରୁ ଦିଆଯାଇଥିବା ୱେବସାଇଟ୍ କିମ୍ବା ମୋବାଇଲ୍ ଆପରେ ହେଉଛି । ଆରବିଆଇ ଏନେଇ ଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରିବ।
Arindam Dakua Appointed as Cuttack Collector and Anupam Saha as Jagatsinghpur Collector
Next Articleୟୁପି ମାଦ୍ରାସା ଆଇନ ରଦ୍ଦ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
