ନିରପେକ୍ଷ ଭେନ୍ୟୁରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବା ପାଇଁ ରୋହିତ ଆଗ୍ରହୀ
ନୂଆଦିଲ୍ଲୀ: ଭାରତର ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ବିପକ୍ଷରେ ନିୟମିତ ଟେଷ୍ଟ ସିରିଜ୍ ଖେଳିବା ସପକ୍ଷରେ ମତ ଦେଇଛନ୍ତି । ସେ କହିଛନ୍ତି ଯେ, ନିରପେକ୍ଷ ସ୍ଥାନରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ କ୍ରିକେଟ୍ ଖେଳିବାରେ ତାଙ୍କର କୌଣସି ଅସୁବିଧା ନାହିଁ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର “ଶକ୍ତିଶାଳୀ ବୋଲିଂ ଆକ୍ରମଣ” ବିପକ୍ଷରେ ଏହା ଏକ ବଢ଼ିଆ ମୁକାବିଲା ହେବ ବୋଲି ସେ କହିଛନ୍ତିି। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ କ୍ରିକେଟ୍ [...]
ନୂଆଦିଲ୍ଲୀ: ଭାରତର ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ବିପକ୍ଷରେ ନିୟମିତ ଟେଷ୍ଟ ସିରିଜ୍ ଖେଳିବା ସପକ୍ଷରେ ମତ ଦେଇଛନ୍ତି । ସେ କହିଛନ୍ତି ଯେ, ନିରପେକ୍ଷ ସ୍ଥାନରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ କ୍ରିକେଟ୍ ଖେଳିବାରେ ତାଙ୍କର କୌଣସି ଅସୁବିଧା ନାହିଁ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର “ଶକ୍ତିଶାଳୀ ବୋଲିଂ ଆକ୍ରମଣ” ବିପକ୍ଷରେ ଏହା ଏକ ବଢ଼ିଆ ମୁକାବିଲା ହେବ ବୋଲି ସେ କହିଛନ୍ତିି।
୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ କ୍ରିକେଟ୍ ଖେଳୁ ନାହାଁନ୍ତି। ତେବେ ଦୁଇ ଦେଶ ନିୟମିତ ଭାବେ ଆଇସିସି ଓ ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେଉଛନ୍ତି।
ଶେଷଥର ପାଇଁ ଗତ ବର୍ଷ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପରେ ଦୁଇ ଦଳ ପରସ୍ପରକୁ ଭେଟିଥିଲେ।
ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଆଡାମ ଗିଲକ୍ରିଷ୍ଟ ଓ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ୟୁଟ୍ୟୁବ ସୋ ‘କ୍ଲବ ପ୍ରେୟରି ଫାୟାର’ରେ ରୋହିତ କହିଛନ୍ତି, ମୋର ସମ୍ପୂର୍ଣ୍ଣ ବିଶ୍ବାସ ଯେ ଯଦି ବିଦେଶରେ ଆମେ ଖେଳୁ, ତେବେ ଏହା ଏକ ଭଲ ମୁକାବିଲା ହେବ। କାରଣ ସେମାନେ ଏକ ଭଲ ଦଳ, ସେମାନଙ୍କ ପାଖରେ ଭଲ ବୋଲିିଂ ଆକ୍ରମଣ ଅଛି।”
ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆ ପରି ଏକ ନିରପେକ୍ଷ ଭେନ୍ୟୁରେ ଭାରତ-ପାକ୍ ଟେଷ୍ଟ ସମ୍ଭବ କି ବୋଲି ପଚରାଯିବାରୁ ରୋହିତ କହିଥିଲେ “ହଁ, ମୁଁ ପସନ୍ଦ କରିଵି (ପାକିସ୍ତାନ ବିପକ୍ଷରେ ଖେଳିବାକୁ), ଏହା ଦୁଇ ଦଳ ମଧ୍ୟରେ ଏକ ବଡ଼ ମ୍ୟାଚ୍ ହେବ। ଆଇସିସି ଟ୍ରଫିରେ ଆମେ ସେମାନଙ୍କ ବିପକ୍ଷରେ ଖେଳୁଛୁ, ମୁଁ କେବଳ କ୍ରିକେଟ୍ ଦେଖୁଛି, ଯଦି ଚମତ୍କାର ମୁକାବିଲା ହେବ, ତାହାଲେ କାହିଁକି ନୁହେଁ? ‘
ଶାହିନ୍ ଶାହା ଆଫ୍ରିଦିଙ୍କ ନେତୃତ୍ଵାଧୀନ ପାକିସ୍ତାନର ଶକ୍ତିଶାଳୀ ଦ୍ରୁତ ବୋଲିଂ ଆକ୍ରମଣରେ ବର୍ତ୍ତମାନ ୨୧ ବର୍ଷୀୟ ନସିମ ଶାହା ଏବଂ ଆମୀର ଜମାଲଙ୍କ ଭଳି ପ୍ରତିଭାବାନ ବୋଲର ରହିଛନ୍ତି।
ବିସିସିଆଇ କହୁଛି ଯେ ପାକିସ୍ତାନ ସହ ଦ୍ୱିପାକ୍ଷିକ କ୍ରିକେଟ୍ ସମ୍ପର୍କରେ କୌଣସି ନିଷ୍ପତ୍ତି ସରକାରଙ୍କ ମଞ୍ଜୁରି ଉପରେ ନିର୍ଭର କରିବ । ଭାରତୀୟ ସରକାର ପାକିସ୍ତାନ ବିପକ୍ଷରେ ଦ୍ୱିପାକ୍ଷିକ କ୍ରିକେଟ୍ ଖେଳିବାକୁ ଏପର୍ଯ୍ୟନ୍ତ କୌଣସି ସକାରାତ୍ମକ ସଙ୍କେତ ଦେଇନାହାଁନ୍ତି।
ଅନ୍ୟପକ୍ଷରେ ପାକିସ୍ତାନ ଭାରତ ସହ ଦ୍ୱିପାକ୍ଷିକ କ୍ରିକେଟ୍ ଖେଳିବାକୁ ଆଗ୍ରହୀ ଅଛି । ଏପରିକି ସୁଯୋଗ ମିଳିଲେ ପାକିସ୍ତାନ ଏହି ପ୍ରସଙ୍ଗ ଆଇସିସି ବୈଠକରେ ମଧ୍ୟ ଉଠାଇଛି।
ଗତ ବର୍ଷ ଏସିଆ କପ୍ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବାକୁ ମନା କରିଦେଇଥିଲା, ଯାହା ଶେଷରେ ହାଇବ୍ରିଡ୍ ମଡେଲରେ ଅନୁଷ୍ଠିତ ହୋଇଥିଲା। ପାକିସ୍ତାନରେ ଭାରତର ସମସ୍ତ ନିର୍ଦ୍ଧାରିତ ମ୍ୟାଚ୍ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯାଇଥିଲା।
ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଦୁଇ ଦେଶ ମଧ୍ୟରେ ବିବାଦର ଆଉ ଏକ କାରଣ ପାଲଟିବ । ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ଭାରତ ପାଇଁ ଭେନ୍ୟୁରେ କୌଣସି ପରିବର୍ତ୍ତନ କରିବାକୁ ଆମେ ରାଜି ହେବୀ ନାହିଁ ବୋଲି ପାକିସ୍ତାନ ଏବେଠୁ ହିଁ ଘୋଷଣା କରିସାରିଛି।
Heatwave: Mercury Crosses 43 Degrees Celsius in Bhubaneswar
Next Article୪୦ ଡିଗ୍ରୀ ସେଲସିୟସ ଉପରେ ରାଜ୍ୟର ୩୨ ସହର, ୪୩.୬ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
