न्यूज़रूम ओडिशा
ब्रेकिंग
ओडिया समाचार

ସଚିନ ତେନ୍ଦୁଲକରଙ୍କ ଅଙ୍ଗରକ୍ଷୀଙ୍କ ଆତ୍ମହତ୍ୟା

ଜଲଗାଓଁ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଜଣେ ଅଙ୍ଗରକ୍ଷୀ ଆତ୍ମହତ୍ୟା କରିଛନ୍ତି। ସେ ନିଜ ସରକାରୀ ରାଇଫଲରୁ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା କୁହାଯାଇଛି। ତେନ୍ଦୁଲକରଙ୍କ ଅଙ୍ଗରକ୍ଷୀ ପ୍ରକାଶ କାପଡେ ଛୁଟିରେ ନିଜ ଗାଁ ଜାଲଗାଓଁ ଜିଲ୍ଲାର ଜାମନେରକୁ ଯାଇଥିଲେ। ବୁଧବାର ଭୋର ୨ଟା ବେଳେ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଏକ ଖବରକାଗଜ ରିପୋର୍ଟ ମୁତାବକ କାପଡେ ରାଜ୍ୟ ରିଜର୍ଭ ପୋଲିସ ଫୋର୍ସ (ଏସ୍ଆରପିଏଫ୍)ର ଯବାନ ଥିଲେ। ସେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ [...]

Admin•15 मई 2024
Share Article:

ଜଲଗାଓଁ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଜଣେ ଅଙ୍ଗରକ୍ଷୀ ଆତ୍ମହତ୍ୟା କରିଛନ୍ତି। ସେ ନିଜ ସରକାରୀ ରାଇଫଲରୁ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା କୁହାଯାଇଛି। ତେନ୍ଦୁଲକରଙ୍କ ଅଙ୍ଗରକ୍ଷୀ ପ୍ରକାଶ କାପଡେ ଛୁଟିରେ ନିଜ ଗାଁ ଜାଲଗାଓଁ ଜିଲ୍ଲାର ଜାମନେରକୁ ଯାଇଥିଲେ। ବୁଧବାର ଭୋର ୨ଟା ବେଳେ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି।

ଏକ ଖବରକାଗଜ ରିପୋର୍ଟ ମୁତାବକ କାପଡେ ରାଜ୍ୟ ରିଜର୍ଭ ପୋଲିସ ଫୋର୍ସ (ଏସ୍ଆରପିଏଫ୍)ର ଯବାନ ଥିଲେ। ସେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଏବଂ ମନ୍ତ୍ରୀ ଛଗନ ଭୁଜବଲଙ୍କ ଅଙ୍ଗରକ୍ଷୀ ରହିଥିଲେ। ତାଙ୍କୁ ନିକଟରେ ସଚିନ ତେନ୍ଦୁଲକରଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଥିଲା। | ଏସ୍ଆରପିଏଫ୍ ଯବାନ କାପଡେଙ୍କ ଆତ୍ମହତ୍ୟାର କାରଣ କ’ଣ ଜଣାପଡିନାହିଁ।

ଜାମନେର୍ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ୍ୟୁ ଘଟଣାର ତଦନ୍ତ କରୁଛି। ମୃତ ଯବାନ ପ୍ରକାଶ କାପଡେ ଗତ ୮ ଦିନ ଧରି ତାଙ୍କ ଗାଁରେ ଥିଲେ।

#Odia#Odisha#News
Share Article:

Related Articles