ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୧୩ ରାଜ୍ୟର ୮୮ଟି ଆସନରେ ଚାଲିଛି ଭୋଟିଂ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୁକ୍ରବାର (ଏପ୍ରିଲ ୨୬) ଆରମ୍ଭ ହୋଇଛି । ୧୩ଟି ରାଜ୍ୟର ୮୮ଟି ଆସନରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ। ଦ୍ୱିତୀୟ ପର୍ଯ୍ୟାୟରେ କେରଳର ୱାୟନାଡ ଲୋକସଭା ଆସନରେ ମଧ୍ୟ ମତଦାନ ଚାଲିଛି, ଯେଉଁଠି କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରମାଗତ ଦ୍ୱିତୀୟ ଥର ପାଇଁ ଲଢ଼ୁଛନ୍ତି। କେରଳର ସମସ୍ତ ୨୦ଟି ଆସନ ବ୍ୟତୀତ ଏହି ପର୍ଯ୍ୟାୟରେ କର୍ଣ୍ଣାଟକର ୨୮ଟି ସିଟ୍ ମଧ୍ୟରୁ ୧୪, ରାଜସ୍ଥାନର ୧୩, [...]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୁକ୍ରବାର (ଏପ୍ରିଲ ୨୬) ଆରମ୍ଭ ହୋଇଛି । ୧୩ଟି ରାଜ୍ୟର ୮୮ଟି ଆସନରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ। ଦ୍ୱିତୀୟ ପର୍ଯ୍ୟାୟରେ କେରଳର ୱାୟନାଡ ଲୋକସଭା ଆସନରେ ମଧ୍ୟ ମତଦାନ ଚାଲିଛି, ଯେଉଁଠି କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରମାଗତ ଦ୍ୱିତୀୟ ଥର ପାଇଁ ଲଢ଼ୁଛନ୍ତି।
କେରଳର ସମସ୍ତ ୨୦ଟି ଆସନ ବ୍ୟତୀତ ଏହି ପର୍ଯ୍ୟାୟରେ କର୍ଣ୍ଣାଟକର ୨୮ଟି ସିଟ୍ ମଧ୍ୟରୁ ୧୪, ରାଜସ୍ଥାନର ୧୩, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶର ୮-୮ ସିଟ୍, ମଧ୍ୟପ୍ରଦେଶର ୬, ଆସାମ ଏବଂ ବିହାରର ୫-୫ ଆସନ, ଛତିଶଗଡ ଏବଂ ପଶ୍ଚିମବଙ୍ଗରେ ୩ଟି ଲେଖାଏଁ ଆସନ, ମଣିପୁର, ତ୍ରିପୁରା ଏବଂ ଜାମ୍ମୁ କାଶ୍ମୀରର ଗୋଟିଏ ଲେଖାଏଁ ଆସନରେ ମତଦାନ ହେବ।
ଦ୍ୱିତୀୟ ପର୍ଯ୍ୟାୟରେ ‘ଆଉଟର’ ମଣିପୁରର ଚାରି ପ୍ରାର୍ଥୀଙ୍କ ସହ ମୋଟ ୧୨୦୬ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଅଭିଯାନ ବୁଧବାର ସନ୍ଧ୍ୟାରେ ଶେଷ ହୋଇଥିଲା।
କଂଗ୍ରେସ ନେତା ଶଶି ଥରୁର, କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଅଭିନେତା ଅରୁଣ ଗୋଭିଲ, କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ଭାଇ ଡି.କେ ସୁରେଶ (କଂଗ୍ରେସ), କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ (ଜେଡିଏସ୍) ପ୍ରମୁଖ ହାଇ ପ୍ରୋଫାଇଲ୍ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଦ୍ବିତୀୟ ପର୍ଯ୍ୟାୟରେ ହେବ। ଏହାଛଡ଼ା ବିଜେପି ପ୍ରାର୍ଥୀ ହେମା ମାଳିନୀ, ଓମ ବିର୍ଲା ଏବଂ ଗଜେନ୍ଦ୍ର ସିଂ ଶେଖାଓ୍ବତ ମଧ୍ୟ ନିଜ ନିଜ ନିର୍ବାଚନମଣ୍ଡଳୀରୁ କ୍ରମାଗତ ତୃତୀୟ ଥର ବିଜୟ ଆଶା ରଖିବେ।
ଗତ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୫.୫ ପ୍ରତିଶତ ମତଦାନ ହୋଇଥିଲା।
ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପରେ କେରଳ, ରାଜସ୍ଥାନ ଏବଂ ତ୍ରିପୁରାରେ ନିର୍ବାଚନ ଶେଷ ହେବ। ଏପ୍ରିଲ୍ ୧୯ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁ (୩୯), ଉତ୍ତରାଖଣ୍ଡ (୫), ଅରୁଣାଚଳ ପ୍ରଦେଶ (୨), ମେଘାଳୟ (୨), ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ (୧), ମିଜୋରାମ (୧), ନାଗାଲାଣ୍ଡ (୧), ପୁଡୁଚେରୀ (୧)), ସିକ୍କିମ୍ (୧) ଏବଂ ଲକ୍ଷଦ୍ବୀପ (୧)ରେ ନିର୍ବାଚନ ଶେଷ ହୋଇସାରିଛି।
ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୮୯ଟି ଆସନ ମଧ୍ୟରୁ ଏନଡିଏ ୨୦୧୯ ଲୋକସଭା ନିର୍ବାଚନରେ ୫୬ଟି ଏବଂ ୟୁପିଏ ୨୪ ସିଟ୍ ଜିତିଥିଲା। ଏଥିମଧ୍ୟରୁ ୬ଟି ଆସନ ସୀମା ନିର୍ଦ୍ଧାରଣ ପରେ ସୃଷ୍ଟି ହୋଇଛି।
ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ବିଜ୍ଞପ୍ତି ସହ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ
Next Articleଗ୍ରୀଷ୍ମ ପ୍ରକୋପ: ଆଜି ୯ ଜିଲ୍ଲାକୁ ହିଟୱେଭ ରେଡ୍ ୱାର୍ଣ୍ଣିଂ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
