न्यूज़रूम ओडिशा
ब्रेकिंग
ओडिया समाचार

ଆଜି ଇଡିରେ ହାଜର ହେବେ ହେମନ୍ତ ସୋରେନ, ରାଞ୍ଚିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ରାଞ୍ଚି: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଇଡିରେ ହାଜର ହେବେ। ତା’ପୂର୍ବରୁ ରାଞ୍ଚିର ପ୍ରମୁଖ ଅଞ୍ଚଳରେ ନିଷେଧାଦେଶ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ତିନିଜଣିଆ ଟିମ୍ ଗଠନ କରାଯାଇଛି। ଇଡି ଅଧିକାରୀମାନେ ଅପରାହ୍ନ ପ୍ରାୟ ୧ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆସି ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୋରେନଙ୍କ ବୟାନ ରେକର୍ଡ କରିବେ। ରହସ୍ୟଜନକ [...]

Admin•31 जनवरी 2024
Share Article:

ରାଞ୍ଚି: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଇଡିରେ ହାଜର ହେବେ। ତା’ପୂର୍ବରୁ ରାଞ୍ଚିର ପ୍ରମୁଖ ଅଞ୍ଚଳରେ ନିଷେଧାଦେଶ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ତିନିଜଣିଆ ଟିମ୍ ଗଠନ କରାଯାଇଛି।

ଇଡି ଅଧିକାରୀମାନେ ଅପରାହ୍ନ ପ୍ରାୟ ୧ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆସି ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୋରେନଙ୍କ ବୟାନ ରେକର୍ଡ କରିବେ।

ରହସ୍ୟଜନକ ଭାବେ ପ୍ରାୟ ୨୪ ଘଣ୍ଟା ଧରି ଗାଏବ ହେବା ପରେ ସୋରେନ ମଙ୍ଗଳବାର ରାଞ୍ଚି ସ୍ଥିତ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ । ଏହାପରେ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ବିଧାୟକ ଦଳର ଏକ ବ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଜାନୁୟାରୀ ୨୦ରେ ତାଙ୍କ ବାସଭବନରେ ସୋରେନଙ୍କୁ ଇଡିର ପଚରାଉଚରା ବେଳେ ଶାସକ ଜେଏମ୍ଏମ୍ ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତେଣୁ ଇଡି ପକ୍ଷରୁ ବୁଧବାର ଗୃହ, ଜେଲ୍ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଦ୍ୱିତୀୟ ପର୍ଯ୍ୟାୟ ପଚରାଉଚରା ବେଳେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଚିଠି ଲେଖି ଅନୁରୋଧ କରାଯାଇଥିଲା ।

#Odia#Odisha#News
Share Article:

Related Articles