ଭାରତ-ଇଂଲଣ୍ଡ ଟେଷ୍ଟରେ ବ୍ୟାଘାତ ସୃଷ୍ଟି କରିବାକୁ ଆତଙ୍କବାଦୀ ପନ୍ନୁର ଧମକ, ରାଞ୍ଚିରେ ସୁରକ୍ଷା ବଢ଼ିଲା
ରାଞ୍ଚି: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଏଠାରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚରେ ବ୍ୟାଘାତ ସୃଷ୍ଟି କରିବାକୁ ଧମକ ଦେଇଛି । ପନ୍ନୁର ଧମକ ପରେ ରାଞ୍ଚିରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଗୃହ ମନ୍ତ୍ରଣାଳୟ ଦ୍ବାରା ଆତଙ୍କବାଦୀ ଘୋଷିତ ପନ୍ନୁ ସୋସିଆଲ ମିଡିଆରେ ଜାରି ଏକ ଭିଡିଓ ମାଧ୍ୟମରେ ମ୍ୟାଚରେ ବ୍ୟାଘାତ ସୃଷ୍ଟି କରିବାକୁ ନିଷିଦ୍ଧ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)କୁ ଅପିଲ କରିଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ [...]
ରାଞ୍ଚି: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଏଠାରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚରେ ବ୍ୟାଘାତ ସୃଷ୍ଟି କରିବାକୁ ଧମକ ଦେଇଛି । ପନ୍ନୁର ଧମକ ପରେ ରାଞ୍ଚିରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।
ଗୃହ ମନ୍ତ୍ରଣାଳୟ ଦ୍ବାରା ଆତଙ୍କବାଦୀ ଘୋଷିତ ପନ୍ନୁ ସୋସିଆଲ ମିଡିଆରେ ଜାରି ଏକ ଭିଡିଓ ମାଧ୍ୟମରେ ମ୍ୟାଚରେ ବ୍ୟାଘାତ ସୃଷ୍ଟି କରିବାକୁ ନିଷିଦ୍ଧ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)କୁ ଅପିଲ କରିଛି ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଫେବୃଆରୀ ୨୩ରୁ ଏଠାରେ ଜେଏସସିଏ ଆନ୍ତର୍ଜାତୀୟ ଷ୍ଟାଡିୟମ୍ କମ୍ପ୍ଲେକ୍ସରେ ଆରମ୍ଭ ହେବ । ମଙ୍ଗଳବାର ଉଭୟ ଦଳ ଏଠାରେ ପହଞ୍ଚିଛନ୍ତି।
ହଟିଆ ଡିଏସପି ପି.କେ ମିଶ୍ରା ଗଣମାଧ୍ୟମକୁ କହିଛନ୍ତି ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନ ଅଧୀନରେ ଧୁର୍ବା ପୋଲିସ ଥାନାରେ ପନ୍ନୁ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି।
ପନ୍ନୁ ବିରୋଧରେ ୨୦୧୯ରେ ଏନଆଇଏ ତରଫରୁ ପ୍ରଥମ ମାମଲା ରୁଜୁ ହୋଇଥିଲା। ସେବେଠାରୁ ପନ୍ନୁ ଏନଆଇଏର ରାଡାରରେ ଅଛି | ସ୍ବତନ୍ତ୍ର ଏନଆଇଏ କୋର୍ଟ ଫେବୃଆରୀ ୨୧, ୨୦୨୧ରେ ପନ୍ନୁ ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରିଥିଲା । ଗତ ବର୍ଷ ନଭେମ୍ବର ୨୯ରେ ତାଙ୍କୁ ପଳାତକ ଘୋଷିତ କରାଯାଇଥିଲା।
ଜନଜାତି ଭାଇ ଭଉଣୀଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
Next ArticleLAccMI Bus Service Covers All Districts of Odisha
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
