न्यूज़रूम ओडिशा
ब्रेकिंग
ओडिया समाचार

ସାନିଆଙ୍କ ସହ ବିଚ୍ଛେଦ ଚର୍ଚ୍ଚା ମଧ୍ୟରେ ପାକ୍ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କଲେ ସୋଏବ ମଲିକ

ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବା ଚର୍ଚ୍ଚା ମଧ୍ୟରେ ପାକିସ୍ତାନୀ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ ମଲିକ ତୃତୀୟ ବିବାହ କରିଛନ୍ତି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତିି । ସୋଏବ ମଲିକ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ବିବାହ ଫଟୋ ସେୟାର କରିଛନ୍ତି। ସୋଏବଙ୍କ ନୂଆ ଜୀବନସାଥୀ ବନିଥିବା ସାନା ଜାଭେଦଙ୍କ ମଧ୍ୟ ଏହି ଦ୍ବିତୀୟ ବିବାହ। ପାକିସ୍ତାନର ଜଣେ ଜଣାଶୁଣା ଅଭିନେତ୍ରୀ ୨୮ ବର୍ଷୀୟା ସାନା [...]

Admin•20 जनवरी 2024
Share Article:

ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବା ଚର୍ଚ୍ଚା ମଧ୍ୟରେ ପାକିସ୍ତାନୀ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ ମଲିକ ତୃତୀୟ ବିବାହ କରିଛନ୍ତି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତିି । ସୋଏବ ମଲିକ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ବିବାହ ଫଟୋ ସେୟାର କରିଛନ୍ତି।

ସୋଏବଙ୍କ ନୂଆ ଜୀବନସାଥୀ ବନିଥିବା ସାନା ଜାଭେଦଙ୍କ ମଧ୍ୟ ଏହି ଦ୍ବିତୀୟ ବିବାହ। ପାକିସ୍ତାନର ଜଣେ ଜଣାଶୁଣା ଅଭିନେତ୍ରୀ ୨୮ ବର୍ଷୀୟା ସାନା ଜାଭେଦ୍ ୨୦୨୦ରେ ଉମୈର ଜସୱାଲଙ୍କୁ ବିବାହ କରିଥିଲେ । କିନ୍ତୁ ପରେ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା।

ସୋଏବ ୨୦୧୦ରେ ସାନିଆଙ୍କୁ ବିବାହ କରିଥିଲେ | ସାନିଆଙ୍କୁ ବିବାହ କରିବା ପରେ ସୋଏବ ପ୍ରଥମ ପତ୍ନୀ ଆୟେଶା ସିଦ୍ଦିକିଙ୍କୁ ଛାଡ଼ପତ୍ର ଦେଇଥିଲେ। ସାନିଆ ୨୦୧୮ରେ ପୁଅ ଇଝାନକୁ ଜନ୍ମ ଦେଇଥିଲେ।

ସାନିଆ ମିର୍ଜା ଓ ସୋଏବ ମଲିକଙ୍କ ମଧ୍ୟରେ ବିବାହ ବିଚ୍ଛେଦ ନେଇ ଗତ ଦୁଇ ବର୍ଷ ଧରି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ପ୍ରସଙ୍ଗରେ ଦୁହେଁ ନିରବ ରହିଥିଲେ। ହେଲେ ଗତବର୍ଷ ଉଭୟ ନିଜ ସୋସିଆଲ ମିଡ଼ିଆ ବାୟୋରେ ପରିବର୍ତ୍ତନ କରିବା ପରେ ବିବାହ ବିଚ୍ଛେଦ କଥା ଏକପ୍ରକାର ସ୍ପଷ୍ଟ ହୋଇଥିଲା। ଗତ ବୁଧବାର ମଧ୍ୟ ସାନିଆଙ୍କ ଏକ ସୋସିଆଲ ମିଡ଼ିଆ ପୋଷ୍ଟରୁ ସୋଏବଙ୍କ ସହ ତାଙ୍କର ବିଚ୍ଛେଦ ଘଟିଥିବା ସଙ୍କେତ ମିଳିଥିଲା ।

#Odia#Odisha#News
Share Article:

Related Articles