न्यूज़रूम ओडिशा
ब्रेकिंग
ओडिया समाचार

ଶୁଭମାନ ଗିଲଙ୍କୁ ୧୨ ଲକ୍ଷ ଜୋରିମାନା

ନୂଆଦିଲ୍ଲୀ: ଚେନ୍ନାଇ ସୁପରକିଙ୍ଗ୍ସ ଠାରୁ ଶୋଚନୀୟ ପରାଜୟ ପରେ ଗୁଜରାଟ ଟାଇଟନ୍ସର କ୍ୟାପଟେନ ଶୁଭମାନ ଗିଲଙ୍କୁ ଆଉ ଏକ ଝଟକା ଲାଗିଛି । ଏହି ମ୍ୟାଚରେ ତାଙ୍କ ଦଳର ମନ୍ଥର ଓଭର ହାର ଯୋଗୁଁ ଗିଲଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା ହୋଇଛି । ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଗିଲଙ୍କ ନେତୃତ୍ଵାଧୀନ ଗୁଜରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା | ତେବେ ଦଳ ବିରୋଧରେ ମନ୍ଥର ଓଭର [...]

Admin•27 मार्च 2024
Share Article:

ନୂଆଦିଲ୍ଲୀ: ଚେନ୍ନାଇ ସୁପରକିଙ୍ଗ୍ସ ଠାରୁ ଶୋଚନୀୟ ପରାଜୟ ପରେ ଗୁଜରାଟ ଟାଇଟନ୍ସର କ୍ୟାପଟେନ ଶୁଭମାନ ଗିଲଙ୍କୁ ଆଉ ଏକ ଝଟକା ଲାଗିଛି । ଏହି ମ୍ୟାଚରେ ତାଙ୍କ ଦଳର ମନ୍ଥର ଓଭର ହାର ଯୋଗୁଁ ଗିଲଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା ହୋଇଛି ।

ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଗିଲଙ୍କ ନେତୃତ୍ଵାଧୀନ ଗୁଜରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା | ତେବେ ଦଳ ବିରୋଧରେ ମନ୍ଥର ଓଭର ରେଟ୍ ଅଭିଯୋଗ ହୋଇଛି। ଏହି କାରଣରୁ ଅଧିନାୟକ ଶୁଭମାନ ଗିଲଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା ହୋଇଥିବା ଆଇପିଏଲ ଏକ ବିବୃତ୍ତିରେ କହିଛି ।

ଆଇପିଏଲ୍ ବିବୃତ୍ତି ଅନୁସାରେ, ଏହା ଗୁଜରାଟ ଟାଇଟନ୍ସର ପ୍ରଥମ ଭୁଲ୍ ହୋଇଥିବାରୁ ଆଇପିଏଲ ଆଚରଣ ବିଧି ଅନୁଯାୟୀ ଦଳ ଉପରେ ସର୍ବନିମ୍ନ ଦଣ୍ଡବିଧାନ କରାଯାଇଛି।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ପ୍ରଥମ ମ୍ୟାଚରେ ବିଜୟ ପରେ ଗୁଜରାଟ ଟାଇଟନ୍ସକୁ ଦ୍ବିତୀୟ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍ସଙ୍କ ଠାରୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୬ ରନର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୪୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ଚେନ୍ନାଇର ଏହା କ୍ରମାଗତ ଦ୍ବିତୀୟ ବିଜୟ । ଦଳ ପ୍ରଥମ ମ୍ୟାଚରେ ଆରସିବିକୁ ହରାଇଥିଲା ।

#Odia#Odisha#News
Share Article:

Related Articles