न्यूज़रूम ओडिशा
ब्रेकिंग
ओडिया समाचार

ଦ୍ୱିତୀୟ ଟେଷ୍ଟ: ସିରାଜଙ୍କୁ ୬ ଓ୍ବିକେଟ୍, ଦକ୍ଷିଣ ଆଫ୍ରିକା ୫୫ ରନରେ ଅଲ୍ଆଉଟ୍

କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଜିଠାରୁ ଆରମ୍ଭ ହୋଇଛି। ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ଭାରତ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୫୫ ରନରେ ଅଲ୍ଆଉଟ୍ କରିଦେଇଛି। ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଏହି ସର୍ବନିମ୍ନ ଟେଷ୍ଟ ସ୍କୋର୍। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ପାଇଁ ଏହି ନିଷ୍ପତ୍ତି ବୁମେରାଂ ହୋଇଥିଲା । ସୁଇଂ ଓ ପେସ୍ [...]

Admin•3 जनवरी 2024
Share Article:

କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଜିଠାରୁ ଆରମ୍ଭ ହୋଇଛି। ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ଭାରତ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୫୫ ରନରେ ଅଲ୍ଆଉଟ୍ କରିଦେଇଛି। ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଏହି ସର୍ବନିମ୍ନ ଟେଷ୍ଟ ସ୍କୋର୍।

ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ପାଇଁ ଏହି ନିଷ୍ପତ୍ତି ବୁମେରାଂ ହୋଇଥିଲା । ସୁଇଂ ଓ ପେସ୍ ସହ ସିରାଜ୍ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିଥିଲେ। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍ ମାତ୍ର ୨୩.୨ ଓଭରରେ ଶେଷ ହୋଇଥିଲା ।

ଭାରତ ପକ୍ଷରୁ ମହମ୍ମଦ ସିରାଜ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ସହ ୧୫ ରନ୍ ବିନିମୟରେ ୬ଟି ୱିକେଟ୍ ନେଇଥିଲେ। ଜସପ୍ରୀତ ବୁମରା ଏବଂ ମୁକେଶ କୁମାର ୨ଟି ଲେଖାଏଁ ୱିକେଟ୍ ପାଇଥିଲେ । ଦକ୍ଷିଣ ଆଫ୍ରିକାର ୯ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।

ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ରେ ଅଗ୍ରଣୀ ରହିଛି । ସେଞ୍ଚୁରିଅନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ତିନି ଦିନରେ ଏକ ଇନିଂସ୍ ଓ ୩୨ ରନରେ ହାରିଥିଲା ।

#Odia#Odisha#News
Share Article:

Related Articles