न्यूज़रूम ओडिशा
ब्रेकिंग
ओडिया समाचार

ସ୍କୁଲ ବସ୍ ଓଲଟି ୬ ପିଲାଙ୍କ ମୃତ୍ୟୁ

ଚଣ୍ଡିଗଡ଼: ହରିୟାଣାର ନାରନୌଲରେ ଏକ ସ୍କୁଲ ବସ୍ ଓଲଟି ପଡ଼ିବାରୁ ୬ ଜଣ ପିଲାଙ୍କ ମୃତ୍ୟୁ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି। ନାରନୌଲର କିନିନା ଉହାନି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଗାଡ଼ିକୁ ଓଭରଟେକ୍ କରିବାକୁ ଯାଇ ସ୍କୁଲ୍ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାଗ୍ରସ୍ତ ବସ୍ ଜିଏଲ୍ ପବ୍ଲିକ୍ ସ୍କୁଲର [...]

Admin•11 अप्रैल 2024
Share Article:

ଚଣ୍ଡିଗଡ଼: ହରିୟାଣାର ନାରନୌଲରେ ଏକ ସ୍କୁଲ ବସ୍ ଓଲଟି ପଡ଼ିବାରୁ ୬ ଜଣ ପିଲାଙ୍କ ମୃତ୍ୟୁ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି। ନାରନୌଲର କିନିନା ଉହାନି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଗାଡ଼ିକୁ ଓଭରଟେକ୍ କରିବାକୁ ଯାଇ ସ୍କୁଲ୍ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାଗ୍ରସ୍ତ ବସ୍ ଜିଏଲ୍ ପବ୍ଲିକ୍ ସ୍କୁଲର ବୋଲି ଜଣାପଡ଼ିଛି। ଏହାଛଡ଼ା ବସର ଫିଟନେସ୍ ସାର୍ଟିଫିକେଟ୍ ନଥିଲା । ଡ୍ରାଇଭର ମଦ ପିଇ ଗାଡ଼ି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଡ୍ରାଇଭରକୁ ଗିରଫ କରାଯାଇଛି।

#Odia#Odisha#News
Share Article:

Related Articles