न्यूज़रूम ओडिशा
ब्रेकिंग
ओडिया समाचार

ତିହାର ଜେଲରେ କେଜ୍ରିୱାଲଙ୍କୁ ଭେଟିଲେ ପତ୍ନୀ ସୁନୀତା ଓ ମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ: ପତ୍ନୀ ସୁନୀତା କେଜ୍ରିୱାଲ ଏବଂ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିଶୀ ସୋମବାର ତିହାର ଜେଲରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ଆମ୍ ଆଦମୀ ପାର୍ଟି (ଆପ୍)ର ସୂଚନା ଅନୁଯାୟୀ, ସୁନୀତା କେଜ୍ରିୱାଲଙ୍କୁ ସୋମବାର ତାଙ୍କ ସ୍ୱାମୀଙ୍କୁ ଭେଟିବାକୁ ଅନୁମତି ଦିଆଯାଇଛି। ଏହା ପୂର୍ବରୁ ଏନେଇ ତିହାର ଜେଲ ପ୍ରଶାସନ ଅନୁମତି ଦେଇନଥିଲା ବୋଲି ଦଳ ଦାବି କରିଛି । ଜେଲରେ କେଜ୍ରିୱାଲଙ୍କୁ ଭେଟିବା ପରେ ଆତିଶୀ ଗଣମାଧ୍ୟମକୁ କହିଛନ୍ତି, ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଭଲମନ୍ଦ ବିଷୟରେ [...]

Admin•29 अप्रैल 2024
Share Article:

ନୂଆଦିଲ୍ଲୀ: ପତ୍ନୀ ସୁନୀତା କେଜ୍ରିୱାଲ ଏବଂ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିଶୀ ସୋମବାର ତିହାର ଜେଲରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି।

ଆମ୍ ଆଦମୀ ପାର୍ଟି (ଆପ୍)ର ସୂଚନା ଅନୁଯାୟୀ, ସୁନୀତା କେଜ୍ରିୱାଲଙ୍କୁ ସୋମବାର ତାଙ୍କ ସ୍ୱାମୀଙ୍କୁ ଭେଟିବାକୁ ଅନୁମତି ଦିଆଯାଇଛି। ଏହା ପୂର୍ବରୁ ଏନେଇ ତିହାର ଜେଲ ପ୍ରଶାସନ ଅନୁମତି ଦେଇନଥିଲା ବୋଲି ଦଳ ଦାବି କରିଛି ।

ଜେଲରେ କେଜ୍ରିୱାଲଙ୍କୁ ଭେଟିବା ପରେ ଆତିଶୀ ଗଣମାଧ୍ୟମକୁ କହିଛନ୍ତି, ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଭଲମନ୍ଦ ବିଷୟରେ ପଚରାଯାଇଥିଲା, ସେ କିଛି କହିବା ପରିବର୍ତ୍ତେ ସ୍କୁଲ ପିଲାମାନେ ବହି ପାଉଛନ୍ତି କି ନାହିଁ ଓ ମୋହଲା କ୍ଲିନିକରେ ଔଷଧ ପହଞ୍ଚୁଛି କି ନାହିଁ ବୋଲି ପଚାରିଥିଲେ।

ଆପ୍ ରବିବାର ଦାବି କରିଥିଲା ଯେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ତିହାର ଜେଲ କର୍ତ୍ତୃପକ୍ଷ ସୁନୀତା କେଜ୍ରିୱାଲଙ୍କୁ ଅନୁମତି ଦେଇନାହାଁନ୍ତି। ତିହାର କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ମଙ୍ଗଳବାର ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବେ।

#Odia#Odisha#News
Share Article:

Related Articles