न्यूज़रूम ओडिशा
ब्रेकिंग
ओडिया समाचार

ତଳ କୋର୍ଟରେ ଜାମିନ ଆବେଦନ କାହିଁକି କରିନ ? କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନର ଶୁଣାଣି ବେଳେ ସୋମବାର ସୁପ୍ରିମକୋର୍ଟ ତାଙ୍କୁ ପଚାରିଛନ୍ତି ଯେ ସେ କାହିଁକି ନିମ୍ନ ଅଦାଲତରେ ଜାମିନ ଆବେଦନ କରିନାହାଁନ୍ତି । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଏହି ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କ ଗିରଫଦାରି ବିରୋଧରେ ଆବେଦନ ଉପରେ ଶୁଣାଣି କରୁଛନ୍ତି। ଖଣ୍ଡପୀଠ କେଜ୍ରିୱାଲଙ୍କ ତରଫରୁ ହାଜର ବରିଷ୍ଠ [...]

Admin•29 अप्रैल 2024
Share Article:

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନର ଶୁଣାଣି ବେଳେ ସୋମବାର ସୁପ୍ରିମକୋର୍ଟ ତାଙ୍କୁ ପଚାରିଛନ୍ତି ଯେ ସେ କାହିଁକି ନିମ୍ନ ଅଦାଲତରେ ଜାମିନ ଆବେଦନ କରିନାହାଁନ୍ତି ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଏହି ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କ ଗିରଫଦାରି ବିରୋଧରେ ଆବେଦନ ଉପରେ ଶୁଣାଣି କରୁଛନ୍ତି। ଖଣ୍ଡପୀଠ କେଜ୍ରିୱାଲଙ୍କ ତରଫରୁ ହାଜର ବରିଷ୍ଠ ଓକିଲ ଅଭିଷେକ ସିଂଘଭିଙ୍କୁ ପଚାରିଥିଲେ – ଆପଣ ଟ୍ରାଏଲ କୋର୍ଟରେ ଜାମିନ ଆବେଦନ କରିନାହାଁନ୍ତି କି?

କୋର୍ଟ ପଚାରିଥିଲେ, “ଆପଣ ଜାମିନ ପାଇଁ କୌଣସି ଆବେଦନ କରିନାହାଁନ୍ତି କାହିଁକି?”

କେଜ୍ରିୱାଲଙ୍କ ଓକିଲ କହିଥିଲେ – ମୁଖ୍ୟମନ୍ତ୍ରୀଙ୍କ “ବେଆଇନ” ଗିରଫଦାରି ସହ ଏହାର ଅନେକ କାରଣ ରହିଛି।

ଇଡି ଦ୍ବାରା ତାଙ୍କ ଗିରଫଦାରି ବିରୋଧରେ କେଜ୍ରିୱାଲଙ୍କ ଆବେଦନ ଉପରେ ମାମଲାର ଶୁଣାଣି ଆସନ୍ତାକାଲି ମଧ୍ୟ ଜାରି ରହିବ ।

ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ମନି ଲଣ୍ଡରିଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସମ୍ପ୍ରତି ତିହାର ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ଏପ୍ରିଲ ୧୫ରେ ସର୍ବୋଚ୍ଚ ନ୍ୟାୟାଳୟ ଇଡିକୁ ନୋଟିସ ଜାରି କରି କେଜ୍ରିୱାଲଙ୍କ ଆବେଦନ ଉପରେ ଜବାବ ମାଗିଥିଲେ।

#Odia#Odisha#News
Share Article:

Related Articles