न्यूज़रूम ओडिशा
ब्रेकिंग
ओडिया समाचार

‘ନୋଟା’କୁ ଅଧିକ ଭୋଟ୍ ମିଳିଲେ ସାନି ମତଦାନ ପାଇଁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା, ନିର୍ବାଚନ କମିଶନଙ୍କୁ ନୋଟିସ୍

ନୂଆଦିଲ୍ଲୀ: ଇଭିଏମରେ ‘ନୋଟା’ ବିକଳ୍ପ ସମ୍ପର୍କରେ ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି। ଯଦି କୌଣସି ପ୍ରାର୍ଥୀଙ୍କ ଅପେକ୍ଷା ‘ନୋଟା’କୁ ଅଧିକ ଭୋଟ୍ ମିଳେ ତେବେ ସେହି ଆସନରେ ସାନି ମତଦାନ କରିବାକୁ ଏହି ଆବେଦନରେ ଦାବି କରାଯାଇଛି । ସମାଜସେବୀ ତଥା ଲେଖକ ଶିବ ଖେରା ଏହି ଆବେଦନ କରିଛନ୍ତିି। ଯେଉଁ ପ୍ରାର୍ଥୀମାନେ ‘ନୋଟା’ ଠାରୁ କମ୍ ଭୋଟ୍ ପାଆନ୍ତି ସେମାନଙ୍କୁ ସମସ୍ତ ନିର୍ବାଚନରେ ୫ ବର୍ଷ [...]

Admin•26 अप्रैल 2024
Share Article:

ନୂଆଦିଲ୍ଲୀ: ଇଭିଏମରେ ‘ନୋଟା’ ବିକଳ୍ପ ସମ୍ପର୍କରେ ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି। ଯଦି କୌଣସି ପ୍ରାର୍ଥୀଙ୍କ ଅପେକ୍ଷା ‘ନୋଟା’କୁ ଅଧିକ ଭୋଟ୍ ମିଳେ ତେବେ ସେହି ଆସନରେ ସାନି ମତଦାନ କରିବାକୁ ଏହି ଆବେଦନରେ ଦାବି କରାଯାଇଛି । ସମାଜସେବୀ ତଥା ଲେଖକ ଶିବ ଖେରା ଏହି ଆବେଦନ କରିଛନ୍ତିି।

ଯେଉଁ ପ୍ରାର୍ଥୀମାନେ ‘ନୋଟା’ ଠାରୁ କମ୍ ଭୋଟ୍ ପାଆନ୍ତି ସେମାନଙ୍କୁ ସମସ୍ତ ନିର୍ବାଚନରେ ୫ ବର୍ଷ ପାଇଁ ବାସନ୍ଦ କରିବାକୁ ମଧ୍ୟ ଆବେଦନକାରୀ ଦାବି କରିଛନ୍ତିି। ଏହାଛଡ଼ା ‘ନୋଟା’କୁ ଏକ କାଳ୍ପନିକ ପ୍ରାର୍ଥୀ ଭାବେ ଧରାଯିବା ଉଚିତ ବୋଲି ଯୁକ୍ତି କରିଛନ୍ତିି ଆବେଦନକାରୀ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି ।

ଏପ୍ରିଲ ୨୨ରେ ଗୁଜରାଟର ସୁରଟ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରିପ୍ରେକ୍ଷୀରେ ଏହି ଆବେଦନ କରାଯାଇଛି। ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ଭାନିଙ୍କ ନାମାଙ୍କନ ପତ୍ର ଖାରଜ ସୋଇଯାଇଥିଲା। ତାଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକଙ୍କ ଦସ୍ତଖତ ମେଳ ହୋଇନଥିଲା । ତେଣୁ ତାଙ୍କ ନାମାଙ୍କନ ପତ୍ର ଖାରଜ ହୋଇଥିଲା। କୁମ୍ଭାନିଙ୍କ ନାମାଙ୍କନ ଖାରଜ ହେବା ପରେ ଅନ୍ୟ ୮ ଜଣ ପ୍ରାର୍ଥୀ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଥିଲେ। ଫଳରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ, ୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ କମିଶନଙ୍କ ଦ୍ୱାରା ଭୋଟିଂ ମେସିନରେ ‘ନୋଟା (ନନ୍ ଅଫ୍ ଦି ଏବୋବ୍ ବା ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହ)’ ବିକଳ୍ପ ଦିଆଯାଇଥିଲା। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ନାଁ ଓ ଚିହ୍ନ ପରେ ‘ନୋଟା’ ବଟନ୍ ଶେଷରେ ଥାଏ | ଯଦି ଜଣେ ଭୋଟର କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବାକୁ ଚାହୁଁ ନାହାଁନ୍ତି ଅବା ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କୁ ନେଇ ସନ୍ତୁଷ୍ଟ ନୁହଁନ୍ତି, ତା’ହେଲେ‌ ସେ ‘ନୋଟା’ ବଟନ୍ ଦବାଇ ସେମାନଙ୍କ ପ୍ରତି ନିଜ ଅସ୍ବୀକାର ଜଣାଇ ପାରିବେ। ଏହି ବଟନ୍ ବ୍ୟବହାର କରୁଥିବା ଭୋଟରଙ୍କ ଗୋପନୀୟତା ଉଲ୍ଲଂଘନ ହେବ ନାହିଁ । ଯଦି ପ୍ରାର୍ଥୀମାନଙ୍କ ଅପେକ୍ଷା ‘ନୋଟା’କୁ ଅଧିକ ଭୋଟ୍ ମିଳେ, ତେବେ ନିୟମ ଅନୁଯାୟୀ ଦ୍ବିତୀୟ‌ ସର୍ବାଧିକ ଭୋଟ୍ ପାଇଥିବା ପ୍ରାର୍ଥୀ ନିର୍ବାଚିତ ଘୋଷିତ ହେବେ।

#Odia#Odisha#News
Share Article:

Related Articles