न्यूज़रूम ओडिशा
ब्रेकिंग
ओडिया समाचार

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସିଧା ପ୍ରସାରଣ ଉପରେ ରୋକ୍, ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ତାମିଲନାଡୁରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଉପରେ ରାଜ୍ୟ ସରକାର ରୋକ୍ ଲଗାଇଥିବା ଅଭିଯୋଗ ହୋଇଛି। ଏନେଇ ସୁପ୍ରିମକୋର୍ଟରେ ଦାୟର ଏକ ପିଟିସନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ତାମିଲନାଡୁ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତିି । ଏହି ନୋଟିସର ଜବାବ ଦେଇଛନ୍ତି ତାମିଲନାଡୁ ସରକାର। ରାଜ୍ୟରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଉପରେ କୌଣସି ରୋକ୍ ଲାଗି ନାହିଁ । ରାଜ୍ୟର ମନ୍ଦିର ଗୁଡ଼ିକରେ ମଧ୍ୟ ପୂଜା, [...]

Admin•22 जनवरी 2024
Share Article:

ନୂଆଦିଲ୍ଲୀ: ତାମିଲନାଡୁରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଉପରେ ରାଜ୍ୟ ସରକାର ରୋକ୍ ଲଗାଇଥିବା ଅଭିଯୋଗ ହୋଇଛି। ଏନେଇ ସୁପ୍ରିମକୋର୍ଟରେ ଦାୟର ଏକ ପିଟିସନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ତାମିଲନାଡୁ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତିି । ଏହି ନୋଟିସର ଜବାବ ଦେଇଛନ୍ତି ତାମିଲନାଡୁ ସରକାର।

ରାଜ୍ୟରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଉପରେ କୌଣସି ରୋକ୍ ଲାଗି ନାହିଁ । ରାଜ୍ୟର ମନ୍ଦିର ଗୁଡ଼ିକରେ ମଧ୍ୟ ପୂଜା, ଅର୍ଚ୍ଚନା, ଅନ୍ନପ୍ରସାଦ ଉପରେ ମଧ୍ୟ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ। ଏହି ପିଟିସନ କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ତାମିଲନାଡୁ ସରକାର।

ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ‌ ନିକଟବର୍ତ୍ତୀ ସ୍ଥାନରେ ରହୁଛନ୍ତି ବୋଲି ମନ୍ଦିରରେ ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟ ପାଇଁ ଅନୁମତି ନ ଦେବା ଠିକ୍ ନୁହେଁ ବୋଲି ତାମିଲନାଡୁ ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ତାମିଲନାଡୁର ଜଣେ ବିଜେପି କର୍ମୀ ଏହି ଆବେଦନ କରିଥିଲେ।

#Odia#Odisha#News
Share Article:

Related Articles