ଭିଭିପାଟ୍ ମାମଲାରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ:ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଜରିଆରେ ଦିଆଯାଉଥିବା ଭୋଟ୍ ଏବଂ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପାଟ୍) ସ୍ଲିପ୍ ଗୁଡ଼ିକର ୧୦୦% ମେଳ ଦାବି ନେଇ ଆଗତ ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ନିଜ ରାୟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି ଯେ ଆମେ ଆଉ ମେରିଟ୍ ଉପରେ ଶୁଣାଣି କରୁନାହୁଁ। ଆମେ ନିର୍ବାଚନ କମିଶନ ଠାରୁ କିଛି ନିର୍ଦ୍ଦିଷ୍ଟ ସ୍ପଷ୍ଟୀକରଣ ଚାହୁଁଛୁ | ଆମର କିଛି ପ୍ରଶ୍ନ ଥିଲା ଏବଂ ସେଗୁଡ଼ିକର [...]
ନୂଆଦିଲ୍ଲୀ:ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଜରିଆରେ ଦିଆଯାଉଥିବା ଭୋଟ୍ ଏବଂ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପାଟ୍) ସ୍ଲିପ୍ ଗୁଡ଼ିକର ୧୦୦% ମେଳ ଦାବି ନେଇ ଆଗତ ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ନିଜ ରାୟ ସଂରକ୍ଷିତ ରଖିଛନ୍ତି।
ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି ଯେ ଆମେ ଆଉ ମେରିଟ୍ ଉପରେ ଶୁଣାଣି କରୁନାହୁଁ। ଆମେ ନିର୍ବାଚନ କମିଶନ ଠାରୁ କିଛି ନିର୍ଦ୍ଦିଷ୍ଟ ସ୍ପଷ୍ଟୀକରଣ ଚାହୁଁଛୁ | ଆମର କିଛି ପ୍ରଶ୍ନ ଥିଲା ଏବଂ ସେଗୁଡ଼ିକର ଉତ୍ତର ଆମେ ପାଇଛୁ | ଆମେ ରାୟ ସଂରକ୍ଷିତ ରଖୁଛୁ। ଆଜି ଏହି ମାମଲାର ଶୁଣାଣି ୪୦ ମିନିଟ୍ ଧରି ଚାଲିଥିଲା।
ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ, ଗୋପାଳ ଶଙ୍କରନାରାୟଣ ଏବଂ ସଞ୍ଜୟ ହେଗଡେ ହାଜର ହୋଇଥିଲେ। ପ୍ରଶାନ୍ତ ଆସୋସିଏସନ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ । ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ ତରଫରୁ ଓକିଲ ମନିନ୍ଦର ସିଂହ ହାଜର ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କୋର୍ଟରେ ଉପସ୍ଥିତ ଥିଲେ।
ଏହାପୂର୍ବରୁ ଏପ୍ରିଲ ୧୮ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ୫ ଘଣ୍ଟା ଧରି ଆବେଦନକାରୀ ଓ ନିର୍ବାଚନ କମିଶନଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲା। ଗତ ଶୁଣାଣିରେ ଭୋଟ୍ ଦେବା ପରେ ଭୋଟରଙ୍କୁ ଭିଭିପିଏଟ୍ ସ୍ଲିପ୍ ଦିଆଯାଇପାରିବ କି ନାହିଁ ବୋଲି କୋର୍ଟ ନିର୍ବାଚନ କମିଶନଙ୍କୁ ପଚାରିଥିଲେ।
ନିର୍ବାଚନ କମିଶନ କହିଥିଲେ – ଭୋଟରଙ୍କୁ ଭିଭିପିଏଟ୍ ସ୍ଲିପ୍ ଦେବାରେ ବହୁତ ରିସ୍କ ରହିଛି। ଏହା ଯୋଗୁଁ ଭୋଟରଙ୍କ ଗୋପନୀୟତା ଉଲ୍ଲଂଘନ ହୋଇପାରେ ଏବଂ ବୁଥ ବାହାରେ ଏହାର ଅପବ୍ୟବହାର ହୋଇପାରେ | ଅନ୍ୟ ଲୋକମାନେ ଏହାକୁ କିପରି ବ୍ୟବହାର କରିବେ ଆମେ କହି ପାରିବୁ ନାହିଁ।
ନିର୍ବାଚନୀ ରାଲି ବେଳେ ବେହୋସ ହେଲେ ନିତିନ ଗଡକରୀ
Next Articleକୋଟକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା, ନୂଆ ଗ୍ରାହକ ଯୋଡ଼ିବାକୁ ବାରଣ କଲା ଆରବିଆଇ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
