न्यूज़रूम ओडिशा
ब्रेकिंग
ओडिया समाचार

ଏନସିପି ମାମଲା: ଶରଦ ପାୱାରଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଦଳକୁ ପ୍ରକୃତ ଏନସିପି ଘୋଷଣା କରିବା ନେଇ ନିର୍ବାଚନ କମିଶନର ରାୟକୁ ଚ୍ୟାଲେଞ୍ଜ କରି ଶରଦ ପାୱାରଙ୍କ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ଜଷ୍ଟିସ ସୂର୍ଯ୍ୟ କାନ୍ତ, ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଏକ ଖଣ୍ଡପୀଠ ଶରଦ ପାୱାରଙ୍କ ଆବେଦନ ଶୁଣାଣି କରିବେ। ଫେବୃଆରୀ ୧୬ରେ ସୁପ୍ରିମକୋର୍ଟ ଶରଦ ପାୱାର ଗୋଷ୍ଠୀର ଆବେଦନ ତୁରନ୍ତ ତାଲିକାଭୁକ୍ତ କରିବାକୁ ରାଜି ହୋଇଥିଲେ। ନିର୍ବାଚନ କମିଶନ ଫେବୃଆରୀ [...]

Admin•19 फ़रवरी 2024
Share Article:

ନୂଆଦିଲ୍ଲୀ: ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଦଳକୁ ପ୍ରକୃତ ଏନସିପି ଘୋଷଣା କରିବା ନେଇ ନିର୍ବାଚନ କମିଶନର ରାୟକୁ ଚ୍ୟାଲେଞ୍ଜ କରି ଶରଦ ପାୱାରଙ୍କ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ।

ଜଷ୍ଟିସ ସୂର୍ଯ୍ୟ କାନ୍ତ, ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଏକ ଖଣ୍ଡପୀଠ ଶରଦ ପାୱାରଙ୍କ ଆବେଦନ ଶୁଣାଣି କରିବେ। ଫେବୃଆରୀ ୧୬ରେ ସୁପ୍ରିମକୋର୍ଟ ଶରଦ ପାୱାର ଗୋଷ୍ଠୀର ଆବେଦନ ତୁରନ୍ତ ତାଲିକାଭୁକ୍ତ କରିବାକୁ ରାଜି ହୋଇଥିଲେ। ନିର୍ବାଚନ କମିଶନ ଫେବୃଆରୀ ୬ରେ ଅଜିତ ପାୱାର ଗୋଷ୍ଠୀକୁ ପ୍ରକୃତ ଏନସିପି ବୋଲି ଘୋଷଣା କରିଥିଲା। କମିଶନ ଅଜିତ ପାୱାର ଗୋଷ୍ଠୀକୁ ଦଳର ନିର୍ବାଚନ ଚିହ୍ନ ‘ଘଣ୍ଟା’ ମଧ୍ୟ ଆବଣ୍ଟିତ କରିଥିଲେ ।

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ମଧ୍ୟ ଫେବୃଆରୀ ୧୫ରେ ଅଜିତ ପାୱାର ଗୋଷ୍ଠୀକୁ ପ୍ରକୃତ ଏନସିପି ବୋଲି ଘୋଷଣା କରିଥିଲେ। ଏହି ମାମଲାରେ ତୁରନ୍ତ ଶୁଣାଣି ପାଇଁ ଶରଦ ପାୱାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ । ମହାରାଷ୍ଟ୍ର ବିଧାନସଭା ବାଚସ୍ପତି କହିଥିଲେ ଯେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ହିଁ ପ୍ରକୃତ ଏନସିପି । ଦଳର ଆଭ୍ୟନ୍ତରୀଣ ଅସନ୍ତୋଷକୁ ଦମନ କରିବା ପାଇଁ ଦଳବଦଳ ବିରୋଧୀ ନିୟମକୁ ଲାଗୁ କରାଯାଇପାରିବ ନାହିଁ।

#Odia#Odisha#News
Share Article:

Related Articles