न्यूज़रूम ओडिशा
ब्रेकिंग
ओडिया समाचार

ଭିଭିପାଟ୍-ଭୋଟ୍ ମେଳ ଆବେଦନ ଉପରେ ଆଜି ଆସିବ ସୁପ୍ରିମକୋର୍ଟ ରାୟ

ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ସହିତ ଇଭିଏମ୍ ଜରିଆରେ ଦିଆଯାଉଥିବା ଭୋଟ୍ ର ଶତ ପ୍ରତିଶତ ମେଳ କରିବା ପାଇଁ ହୋଇଥିବା ଏକାଧିକ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇବେ। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଏହି ଆବେଦନ ଉପରେ ନିର୍ବାଚନ କମିଶନଙ୍କ ଜବାବ ଶୁଣିବା ପରେ ଏପ୍ରିଲ ୧୮ରେ ରାୟ ସଂରକ୍ଷିତ ରଖିଥିଲେ। ଗତି କିଛି ନିର୍ବାଚନରେ ଭିଭପାଟ୍ ଗଣନା ଏବଂ ଇଭିଏମ୍ [...]

Admin•24 अप्रैल 2024
Share Article:

ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ସହିତ ଇଭିଏମ୍ ଜରିଆରେ ଦିଆଯାଉଥିବା ଭୋଟ୍ ର ଶତ ପ୍ରତିଶତ ମେଳ କରିବା ପାଇଁ ହୋଇଥିବା ଏକାଧିକ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇବେ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଏହି ଆବେଦନ ଉପରେ ନିର୍ବାଚନ କମିଶନଙ୍କ ଜବାବ ଶୁଣିବା ପରେ ଏପ୍ରିଲ ୧୮ରେ ରାୟ ସଂରକ୍ଷିତ ରଖିଥିଲେ।

ଗତି କିଛି ନିର୍ବାଚନରେ ଭିଭପାଟ୍ ଗଣନା ଏବଂ ଇଭିଏମ୍ ଫଳାଫଳ ମଧ୍ୟରେ ଅସଙ୍ଗତି ରହିଥିବା ଅଭିଯୋଗ ହୋଇଥିଲା । ଅତଏବ ଭିଭିପାଟ୍ ସ୍ଲିପ ଗୁଡ଼ିକର ଶତ ପ୍ରତିଶତ ଗଣନା କରାଯାଇ ଭୋଟରଙ୍କୁ ତାଙ୍କ ଭୋଟ୍ ସଠିକ୍ ପ୍ରାର୍ଥୀଙ୍କୁ ଯାଇଛି କି ନାହିଁ ନିଶ୍ଚିତ କରିବାକୁ ସୁଯୋଗ ଦିଆଯିବା ଉଚିତ | ଏଥିପାଇଁ ଭୋଟରମାନଙ୍କୁ ଭିଭିପାଟ୍ ସ୍ଲିପକୁ ନିଜେ ବକ୍ସରେ ରଖିବାକୁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦାବି କରିଛନ୍ତିି ।

ଭିଭିପାଟ୍ ମେସିନରେ ସ୍ୱଚ୍ଛ ବଦଳରେ ଅସ୍ପଷ୍ଟ କାଚ ଲଗାଇବା ନେଇ ନିର୍ବାଚନ କମିଶନଙ୍କ ୨୦୧୭ର ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ମଧ୍ୟ ଆବେଦନକାରୀ ମାନେ ଦାବି କରିଛନ୍ତି ।

ଭିଭିପାଟ୍ ମେସିନ୍ ଜରିଆରେ ଜଣେ ଭୋଟର ତାଙ୍କ ଭୋଟ ସଠିକ୍ ପ୍ରାର୍ଥୀଙ୍କୁ ଯାଇଛି କି ନାହିଁ ତାହା ମେସିନରୁ ୭ ସେକେଣ୍ଡ ପାଇଁ ବାହାରୁଥିବା ସ୍ଲିପ ଦେଖି ନିଶ୍ଚିତ କରିପାରିବେ। ସମ୍ପ୍ରତି ଭିଭିପାଟ୍ ସ୍ଲିପ୍ ମାଧ୍ୟମରେ କେବଳ ୫ଟି ମନୋନୀତ ଇଭିଏମ୍ (ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍)ର ଯାଞ୍ଚ କରାଯାଉଛି ।

#Odia#Odisha#News
Share Article:

Related Articles