ଆଜିଠାରୁ ଟି-୨୦ ବିଶ୍ୱକପ: ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ପାଇଁ ଭାରତକୁ ଆଉ ଏକ ସୁଯୋଗ
ନ୍ୟୁୟର୍କ: ଆମେରିକା ଓ ୱେଷ୍ଟଇଣ୍ଡିଜର ମିଳିତ ଆୟୋଜନରେ ଆଜିଠାରୁ ଆରମ୍ଭ ହେଉଛି ଟି୨୦ କ୍ରିକେଟ ବିଶ୍ୱକପ୍ । ସହ ଆୟୋଜକ ୱେଷ୍ଟଇଣ୍ଡିଜ୍ ଓ ଯୋଗ୍ୟତା ପର୍ଯ୍ୟାୟ ଖେଳି ସାମିଲ ହୋଇଥିବା ପପୁଆ ନ୍ୟୁ ଗିନି (ପିଏନ୍ଜି) ମଧ୍ଯରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ। ଭାରତୀୟ ଦଳକୁ ୧୧ ବର୍ଷର ଆଇସିସି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବା ପାଇଁ ଏହା ଆଉ ଏକ ସୁଯୋଗ । ଅଷ୍ଟ୍ରେଲିଆ ଅନ୍ୟ ଏକ ଟାଇଟଲ ଜିତି ନିଜର ପ୍ରାଧାନ୍ୟ ବଜାୟ ରଖିବାକୁ ଚାହିଁବ। [...]
ନ୍ୟୁୟର୍କ: ଆମେରିକା ଓ ୱେଷ୍ଟଇଣ୍ଡିଜର ମିଳିତ ଆୟୋଜନରେ ଆଜିଠାରୁ ଆରମ୍ଭ ହେଉଛି ଟି୨୦ କ୍ରିକେଟ ବିଶ୍ୱକପ୍ । ସହ ଆୟୋଜକ ୱେଷ୍ଟଇଣ୍ଡିଜ୍ ଓ ଯୋଗ୍ୟତା ପର୍ଯ୍ୟାୟ ଖେଳି ସାମିଲ ହୋଇଥିବା ପପୁଆ ନ୍ୟୁ ଗିନି (ପିଏନ୍ଜି) ମଧ୍ଯରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ। ଭାରତୀୟ ଦଳକୁ ୧୧ ବର୍ଷର ଆଇସିସି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବା ପାଇଁ ଏହା ଆଉ ଏକ ସୁଯୋଗ । ଅଷ୍ଟ୍ରେଲିଆ ଅନ୍ୟ ଏକ ଟାଇଟଲ ଜିତି ନିଜର ପ୍ରାଧାନ୍ୟ ବଜାୟ ରଖିବାକୁ ଚାହିଁବ। ସଠିକ୍ ସମୟରେ ନିଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ଲକ୍ଷ୍ୟ ରଖିବେ।
ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଠାରୁ ଚ୍ୟାଲେଞ୍ଜ ବି କମ୍ ନୁହେଁ। ଦକ୍ଷିଣ ଆଫ୍ରିକା ପାଖରେ ହେନ୍ରିଚ୍ କ୍ଲାସେନ୍, ଡେଭିଡ୍ ମିଲର୍, କ୍ୱିଣ୍ଟନ୍ ଡି କକ୍ ଏବଂ କାଗିସୋ ରାବାଡା ଭଳି ମ୍ୟାଚ୍ ବିଜେତା ଅଛନ୍ତି । ଦଳ ‘ଚୋକର’ ଟ୍ୟାଗ୍ ରୁ ମୁକ୍ତି ପାଇବାକୁ ଚାହିଁବେ।
ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ କ୍ରିକେଟ୍ ଖେଳ ଆମେରିକାରେ ଡେବ୍ୟୁ କରିବାକୁ ଯାଉଛି, ଯେଉଁଠି ୨୯ ଦିନ ମଧ୍ୟରେ ୫୫ଟି ମ୍ୟାଚ୍ ମଧ୍ୟରୁ ୧୬ଟି ଖେଳାଯିବ | ଅବଶିଷ୍ଟ ୩୯ଟି ମ୍ୟାଚ୍ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବ, ଯେଉଁଥିରେ ସୁପର-୮ ପର୍ଯ୍ୟାୟ ମ୍ୟାଚ୍ ସହ ସେମିଫାଇନାଲ ଏବଂ ଫାଇନାଲ ସାମିଲ।
ଟାଇଟଲ୍ ପାଇଁ ମୁଖ୍ୟ ଦାବିଦାରଙ୍କ ବ୍ୟତୀତ ଆଫଗାନିସ୍ତାନକୁ ହାଲକାରେ ନେବା ଭୁଲ ହେବ । ଏହି ଦଳ ବିପର୍ଯ୍ୟୟ ଘଟାଇବାରେ ବେଶ୍ ସକ୍ଷମ।
ଟିମ୍ ଇଣ୍ଡିଆ ଯେତେ ଶକ୍ତିଶାଳୀ ହୋଇଥାଉ ନା କାହିଁକି, ଦଳ ୨୦୧୩ ଚାମ୍ପିୟନ୍ସ ଟ୍ରଫି ପରଠାରୁ କୌଣସି ଆଇସିସି ଟାଇଟଲ୍ ଜିତି ପାରିନାହିଁ। ଏଥର ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ବିଶ୍ୱସନୀୟତା ମଧ୍ୟ ବିପଦରେ ରହିଛି। ରୋହିତଙ୍କ ପୂର୍ବରୁ ବିରାଟ କୋହଲି ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ ଥିଲେ, କିନ୍ତୁ ଆଇସିସି ଟାଇଟଲ ଜିତି ପାରିନଥିଲେ। କ୍ୟାରିୟରର ସାୟାହ୍ନରେ ଉପନୀତ ହୋଇଥସାରିଥିବା ଏହି ଦୁଇ ସୁପରଷ୍ଟାରଙ୍କ ପାଇଁ ମଧ୍ୟ ଆଇସିସି ଟାଇଟଲ୍ ସହ ବିଦାୟ ନେବାକୁ ଏହା ଶେଷ ସୁଯୋଗ।
ଭାରତୀୟ ଦଳ ଗତ ୧୨ ମାସ ମଧ୍ୟରେ ଦୁଇଟି ଆଇସିସି ଟୁର୍ନାମେଣ୍ଟରେ ରନର୍ସଅପ୍ ରହିଥିଲା । ଗତ ବର୍ଷ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଠାରୁ ଦିନିକିଆ ବିଶ୍ୱକପ୍ର ଫାଇନାଲରେ ହାରି ଯାଇଥିଲା ଟିମ୍ ଇଣ୍ଡିଆ।
ଆଜି ଆସିବ ଅରୁଣାଚଳ ପ୍ରଦେଶ, ସିକ୍କିମ ବିଧାନସଭା ନିର୍ବାଚନ ଫଳାଫଳ
Next Articleଆଜି ଆତ୍ମସମର୍ପଣ କରିବେ କେଜ୍ରିୱାଲ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
