ଟି-୨୦ ବିଶ୍ୱକପ: ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ଆତଙ୍କବାଦୀ ଆକ୍ରମଣ ଧମକ, ବଢ଼ିଲା ସୁରକ୍ଷା
ନୂଆଦିଲ୍ଲୀ: ଯେବେ ବି କ୍ରିକେଟ୍ ପଡ଼ିଆରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୁଅନ୍ତି, ପ୍ରଶଂସକମାନେ ଏକ ରୋମାଞ୍ଚକର ମ୍ୟାଚ୍ ଆଶା କରନ୍ତି । ଏହି ମୁହୂର୍ତ୍ତକୁ ପ୍ରଶଂସକମାନେ ବ୍ୟଗ୍ରତାର ସହ ଅପେକ୍ଷା କରିଥାନ୍ତି । ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପୁଣି ମୁହାଁମୁହିଁ ହେବେ। ଏହି ହାଇ ଭୋଲଟେଜ ମୁକାବିଲା ଜୁନ୍ ୯ରେ ନ୍ୟୁୟର୍କରେ ଅନୁଷ୍ଠିତ ହେବ। ତେବେ ଏହି ବଡ଼ ମ୍ୟାଚ୍ ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି । ଆଫଗାନିସ୍ତାନ ଏବଂ ପାକିସ୍ତାନରେ [...]
ନୂଆଦିଲ୍ଲୀ: ଯେବେ ବି କ୍ରିକେଟ୍ ପଡ଼ିଆରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୁଅନ୍ତି, ପ୍ରଶଂସକମାନେ ଏକ ରୋମାଞ୍ଚକର ମ୍ୟାଚ୍ ଆଶା କରନ୍ତି । ଏହି ମୁହୂର୍ତ୍ତକୁ ପ୍ରଶଂସକମାନେ ବ୍ୟଗ୍ରତାର ସହ ଅପେକ୍ଷା କରିଥାନ୍ତି । ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପୁଣି ମୁହାଁମୁହିଁ ହେବେ। ଏହି ହାଇ ଭୋଲଟେଜ ମୁକାବିଲା ଜୁନ୍ ୯ରେ ନ୍ୟୁୟର୍କରେ ଅନୁଷ୍ଠିତ ହେବ। ତେବେ ଏହି ବଡ଼ ମ୍ୟାଚ୍ ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି । ଆଫଗାନିସ୍ତାନ ଏବଂ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଆଇଏସ୍-ଖୋରାସନ୍ (ଆଇଏସ୍-କେ) ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି।
ଏହି ଆତଙ୍କବାଦୀ ସଂଗଠନ ଏକ ଭିଡିଓ ଜାରି କରି ଆକ୍ରମଣକାରୀଙ୍କୁ ଏହି କାର୍ଯ୍ୟ କରିବାକୁ ଆହ୍ୱାନ କରିଛି। ଏହି ଧମକପୂର୍ଣ୍ଣ ଭିଡ଼ିଓ ପରେ ଆଇସିସି କହିଛି ଯେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସୁରକ୍ଷା ବୃଦ୍ଧି କରାଯାଇଛି।
ଜୁନ୍ ୯ରେ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଆମେରିକା ସୁରକ୍ଷା ବୃଦ୍ଧି କରିଛି। ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆଇଏସଆଇଏସ ସଂଗଠନ ଭାରତ-ପାକିସ୍ତାନ ମ୍ୟାଚରେ ଆତଙ୍କବାଦୀ ଆକ୍ରମଣ କରିବ ବୋଲି ଧମକ ଦେଇଛି। ଏହି ପରିପ୍ରେକ୍ଷୀରେ, ବିଶ୍ବକପ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜନି ଗ୍ରେଭସ୍ କହିଛନ୍ତି, ଆତଙ୍କବାଦୀ ଧମକ ନେଇ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଇଛି। ତେଣୁ ଏହି ମ୍ୟାଚ୍ ପାଇଁ ଖେଳାଳି ଏବଂ ପ୍ରଶଂସକଙ୍କ ପାଇଁ କୌଣସି ବିପଦ ନାହିଁ। ଆମ ଟିମ୍ ଲଗାତାର ସୁରକ୍ଷା ସ୍ଥିତି ମନିଟରିଂ କରୁଛନ୍ତି |
ସକାଳୁ ସକାଳୁ ପ୍ରଖର ତାତି, ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଉପରେ ୮ ସହର, ଭବାନୀପାଟଣା ସବୁଠୁ ଉତ୍ତପ୍ତ
Next Articleଆଗୁଆ ଜାମିନ ଆବେଦନ କଲେ ପ୍ରଜ୍ବଳ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
