न्यूज़रूम ओडिशा
ब्रेकिंग
ओडिया समाचार

ନୂଆ ଏନ୍ଆଇଏ ମୁଖ୍ୟଙ୍କ ନିଯୁକ୍ତି ସମ୍ପର୍କରେ ତଦନ୍ତ ଦାବି କଲା ତୃଣମୂଳ କଂଗ୍ରେସ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ନୂଆ ମହାନିର୍ଦ୍ଦେଶକ ନିଯୁକ୍ତ କରିବା ପୂର୍ବରୁ କେନ୍ଦ୍ର ନିର୍ବାଚନ କମିଶନଙ୍କ ମଞ୍ଜୁରି ନେଇଥିଲା ନାଁ ନାହିଁ ବୋଲି ତୃଣମୂଳ କଂଗ୍ରେସ ସୋମବାର ପ୍ରଶ୍ନ କରିଛି। ଟିଏମସି ଏହି ନିଯୁକ୍ତି ସମ୍ପର୍କରେ ତଦନ୍ତ ଦାବି କରିଛି । ଟିଏମସି ନେତା ସାକେତ ଗୋଖଲେ ଅଭିଯୋଗ କରିଛନ୍ତି ଯେ ଲୋକସଭା ନିର୍ବାଚନ ସମୟରେ କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକରେ ବିଜେପିର ‘ସଂଶ୍ଲିଷ୍ଟତା’ ବଢ଼ିବାରେ ଲାଗିଛି । ଗୋଖଲେ ‘ଏକ୍ସ’ରେ ଏକ ପୋଷ୍ଟରେ ଦାବି କରିଛନ୍ତି [...]

Admin•8 अप्रैल 2024
Share Article:

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ନୂଆ ମହାନିର୍ଦ୍ଦେଶକ ନିଯୁକ୍ତ କରିବା ପୂର୍ବରୁ କେନ୍ଦ୍ର ନିର୍ବାଚନ କମିଶନଙ୍କ ମଞ୍ଜୁରି ନେଇଥିଲା ନାଁ ନାହିଁ ବୋଲି ତୃଣମୂଳ କଂଗ୍ରେସ ସୋମବାର ପ୍ରଶ୍ନ କରିଛି। ଟିଏମସି ଏହି ନିଯୁକ୍ତି ସମ୍ପର୍କରେ ତଦନ୍ତ ଦାବି କରିଛି ।

ଟିଏମସି ନେତା ସାକେତ ଗୋଖଲେ ଅଭିଯୋଗ କରିଛନ୍ତି ଯେ ଲୋକସଭା ନିର୍ବାଚନ ସମୟରେ କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକରେ ବିଜେପିର ‘ସଂଶ୍ଲିଷ୍ଟତା’ ବଢ଼ିବାରେ ଲାଗିଛି ।

ଗୋଖଲେ ‘ଏକ୍ସ’ରେ ଏକ ପୋଷ୍ଟରେ ଦାବି କରିଛନ୍ତି ଯେ, ମାର୍ଚ୍ଚ ୨୬ରେ ବିଜେପି ନେତା ଜିତେନ୍ଦ୍ର ତିଓ୍ବାରୀ ଏନ୍ଆଇଏ ପୋଲିସ ଏସପି ଡିଆର୍ ସିଂହଙ୍କୁ ସାକ୍ଷାତ କରିଥିଲେ। ସେହି ଦିନ ହିଁ ସଦାନନ୍ଦ ଦାତେଙ୍କୁ ଏଜେନ୍ସିର ନୂଆ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା।

ତିୱାରୀ ଏକ ‘ପ୍ୟାକେଟ୍’ ସହିତ ଡିଆର୍ ସିଂହଙ୍କୁ ସାକ୍ଷାତ କରିଥିଲେ । ସେ ଡିଆର୍ ସିଂହଙ୍କୁ ଟାର୍ଗେଟରେ ଥିବା ଟିଏମସି ନେତା ଓ କର୍ମଚାରୀଙ୍କ ଏକ ତାଲିକା ଦେଇଥିଲେ ବୋଲି ଗୋଖଲେ ଦାବି କରିଛନ୍ତି।

ଗୋଖଲେ କହିଛନ୍ତି, ନୂଆ ଏନଆଇଏ ମହାନିର୍ଦ୍ଦେଶକ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ (ଏଟିଏସ) ର ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ତାଙ୍କୁ ଏହି ପଦରେ ବିଜେପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ନିଯୁକ୍ତ କରିଥିଲେ।

ଗୋଖଲେ ତାଙ୍କ ପୋଷ୍ଟରେ ପ୍ରଶ୍ନ କରିଛନ୍ତିି – ଯଦି ମହାରାଷ୍ଟ୍ରର ବିଜେପି ସରକାର ଦ୍ୱାରା ନିଯୁକ୍ତ ତଥା ସେହି ସରକାର ଅଧୀନରେ କାର୍ଯ୍ୟ କରୁଥିବା ଜଣେ ଅଧିକାରୀଙ୍କୁ ନିର୍ବାଚନ ସମୟରେ ହଠାତ୍ ଏନଆଇଏର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି, ତା’ହେଲେ ଏଥିପାଇଁ (କେନ୍ଦ୍ର) ମୋଦୀ ସରକାର ନିର୍ବାଚନ କମିଶନଙ୍କ ଅନୁମତି ନେଇଥିଲା କି?

ମହାରାଷ୍ଟ୍ର ଏଟିଏସ୍ ମୁଖ୍ୟ ଭାବରେ କାର୍ଯ୍ୟ କରିଥିବା ସଦାନନ୍ଦ ଦାତେଙ୍କୁ ମାର୍ଚ୍ଚ ୨୬ରେ ଏନ୍ଆଇଏ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ।

ଗୋଖଲେ ପ୍ରଶ୍ନ କରିଛନ୍ତିି ଯେ, ଯଦି ପଶ୍ଚିମବଙ୍ଗର ଡିଜିପି (ମହାନିର୍ଦ୍ଦେଶକ ପୋଲିସ)ଙ୍କୁ ୨୪ ଘଣ୍ଟା ମଧ୍ୟରେ ନିର୍ବାଚନ କମିଶନଙ୍କ ଦ୍ବାରା ତିନିଥର ବଦଳି କରାଗଲା, ତେବେ ମହାରାଷ୍ଟ୍ରରେ ବିଜେପି ସରକାରଙ୍କ ଦ୍ୱାରା ଜଣେ ଅଧିକାରୀଙ୍କୁ କମିଶନଙ୍କ ମଞ୍ଜୁରି ବିନା ଏନଆଇଏ ମୁଖ୍ୟ ଭାବେ କିପରି ନିଯୁକ୍ତ କରାଗଲା? ”

ଯେଉଁ ଦିନ ନୂଆ ଏନଆଇଏ ମୁଖ୍ୟ ନିଯୁକ୍ତ ହେଲେ ସେହି ଦିନ ହିଁ ବିଜେପି ପଶ୍ଚିମବଙ୍ଗରେ ଏନଆଇଏ ସହ ଷଡ଼ଯନ୍ତ୍ର ରଚିଥିଲା | ନିର୍ବାଚନ କମିଶନ ଏହାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ । କମିଶନଙ୍କ ମଞ୍ଜୁରି ବିନା ନୂଆ ଏନ୍ଆଇଏ ମୁଖ୍ୟଙ୍କୁ କିପରି ନିଯୁକ୍ତ କରାଯାଇଛି ତାହା ମୋଦୀ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଗୋଖଲେ ଦାବି କରିଛନ୍ତି ।

ଦଳର ନେତା ତଥା ପ୍ରାର୍ଥୀଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି ଗୁଡିକର ଅପବ୍ୟବହାର ଅଭିଯୋଗରେ ଆଜି ତୃଣମୂଳ କଂଗ୍ରେସର ୧୦ ଜଣିଆ ପ୍ରତିନିଧି ଦଳ ନୂଆଦିଲ୍ଲୀରେ ନିର୍ବାଚନ କମିଶନର ଅଧିକାରୀଙ୍କୁ ଭେଟିବେ।

#Odia#Odisha#News
Share Article:

Related Articles