न्यूज़रूम ओडिशा
ब्रेकिंग
ओडिया समाचार

ଘରେ ପଶି ଦୁଇ ନାବାଳକଙ୍କୁ କୁରାଢ଼ିରେ ହାଣି ହତ୍ୟା, ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ନିହତ

ବାଦାୟୁଁ: ଉତ୍ତର ପ୍ରଦେଶର ବଦାୟୁଁ ଜିଲ୍ଲା ମୁଖ୍ୟାଳୟର ସିଭିଲ୍ ଲାଇନ୍ ଥାନା ଅଧୀନ ବାବା କଲୋନୀରେ ଦୁଇଜଣ ନାବାଳକ ଭାଇଙ୍କୁ କୁରାଢ଼ିରେ ହାଣି ଅତି ନୃଶଂସ ଭାବେ ହତ୍ୟା କରାଯାଇଛି । ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆକ୍ରମଣରେ ତୃତୀୟ ଭାଇ ଗୁରୁତର ଆହତ ହୋଇଛି। ଏହି ଘଟଣାର ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ, ମଙ୍ଗଳବାର ରାତି ପ୍ରାୟ ୮ଟା ବେଳେ ସିଭିଲ୍ ଲାଇନ୍ ଥାନା ଅନ୍ତର୍ଗତ [...]

Admin•20 मार्च 2024
Share Article:

ବାଦାୟୁଁ: ଉତ୍ତର ପ୍ରଦେଶର ବଦାୟୁଁ ଜିଲ୍ଲା ମୁଖ୍ୟାଳୟର ସିଭିଲ୍ ଲାଇନ୍ ଥାନା ଅଧୀନ ବାବା କଲୋନୀରେ ଦୁଇଜଣ ନାବାଳକ ଭାଇଙ୍କୁ କୁରାଢ଼ିରେ ହାଣି ଅତି ନୃଶଂସ ଭାବେ ହତ୍ୟା କରାଯାଇଛି । ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆକ୍ରମଣରେ ତୃତୀୟ ଭାଇ ଗୁରୁତର ଆହତ ହୋଇଛି। ଏହି ଘଟଣାର ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି।

ପୋଲିସ ସୂତ୍ରରୁ ପ୍ରକାଶ, ମଙ୍ଗଳବାର ରାତି ପ୍ରାୟ ୮ଟା ବେଳେ ସିଭିଲ୍ ଲାଇନ୍ ଥାନା ଅନ୍ତର୍ଗତ ବାବା କଲୋନୀରେ ସେଲୁନ କରିଥିବା ଜଣେ ବ୍ୟକ୍ତି ତା’ର ଦୋକାନ ଆଗରେ ଥିବା ଏକ ଘରେ ପଶି ତିନି ଭାଇ ଆୟୁଷ, ଯୁବରାଜ ଓ ଆହାନ୍ ଓରଫ୍ ହନିଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଆୟୁଷ (୧୨) ଓ ଆହାନର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଯୁବରାଜ (୮)କୁ ଗୁରୁତର ଆହତ ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବରେଲି ରେଞ୍ଜ ଇନ୍ସପେକ୍ଟର ଜେନେରାଲ (ଆଇଜି) ଡକ୍ଟର ରାକେଶ ସିଂ ଗଣମାଧ୍ୟମକୁ କହିଛନ୍ତି, ଘଟଣାର କିଛି ଘଣ୍ଟା ପରେ ପୋଲିସ ଏନକାଉଣ୍ଟରରେ ସାଜିଦ (୨୨) ନାମକ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଛି ।

ସେ କହିଛନ୍ତି, “ଏହି ଘଟଣା ପରେ ଦୁଇ ପିଲାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସାଜିଦ ଓରଫ୍ ଜାଭେଦ ରକ୍ତଭିଜା ଅବସ୍ଥାରେ ଘଟଣାସ୍ଥଳରୁ ପଳାଇଥିଲା। ଆମ ଟିମ୍ ତାର ପିଛା କରିଥିଲେ ଓ ତାକୁ ଶେଖୁପୁର ଜଙ୍ଗଲ ନିକଟରେ ଘେରିଥିଲେ | ସେଠାରେ ଅଭିଯୁକ୍ତ ସାଜିଦ ପୋଲିସ୍ ଉପରକୁ ଫାୟରିଂ କରିଥିଲା । ପୋଲିସର ପାଲଟା ଜବାବରେ ସେ ଆହତ ହୋଇଥିଲା ଓ ପରେ ତାର ମୃତ୍ୟୁ ହୋଇଥିଲା । ଆଇଜି କହିଛନ୍ତି ଯେ ସାଜିଦ ଓରଫ୍ ଜାଭେଦର ପୁଅ ବାବୁ ଏହି ଘଟଣାର ଅଭିଯୁକ୍ତ।

ଅନ୍ୟପକ୍ଷରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ପ୍ରଶାନ୍ତ କୁମାର କହିଛନ୍ତି ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି । ଏହାର ତଦନ୍ତ କରାଯାଉଛି।

ଆଇଜି କହିଛନ୍ତି, ଅଭିଯୁକ୍ତ ଘର ଭିତରକୁ ଯାଇ ପ୍ରଥମେ ପିଲାମାନଙ୍କର ଜେଜେମାଙ୍କୁ ଭେଟିଥିଲା ଏବଂ ପରେ ଦ୍ୱିତୀୟ ମହଲାକୁ ଯାଇ ତିନି ପିଲାଙ୍କୁ ଆକ୍ରମଣ କରିଥିଲା ।
ସିଭିଲ୍ ଲାଇନ୍ ଥାନା ମଣ୍ଡି ପୋଲିସ୍ ଫାଣ୍ଡି ଠାରୁ କିଛି ମିଟର ଦୂରରେ ଘଟିଥିବା ଏହି ଘଟଣା ପରେ ପରିବାର ସଦସ୍ୟ ଓ ସ୍ଥାନୀୟ ଲେକେ ଅଭିଯୁକ୍ତର ଦୋକାନରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ। ଦୁଇଭାଇଙ୍କୁ ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁଁ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

#Odia#Odisha#News
Share Article:

Related Articles