ବ୍ରିଜ ଭୂଷଣଙ୍କ ପୁଅଙ୍କ କନଭୟରେ ଯାଉଥିବା ଏସୟୁଭି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
ଗୋଣ୍ଡା: ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହଙ୍କ ପୁଅ କରଣ ଭୂଷଣଙ୍କ କନଭୟରେ ଯାଉଥିବା ଏକ ଏସୟୁଭି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଉତ୍ତର ପ୍ରଦେଶର ଗୋଣ୍ଡାରେ ଏହି ଘଟଣା ଘଟିଛି। ପୋଲିସ ସୂଚନା ମୁତାବକ ଆଜି (ମଇ ୨୯) ସକାଳ ପ୍ରାୟ ୯ଟାରେ ହୁଜୁରପୁର ରୋଡ୍ର କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏସୟୁଭି ଧକ୍କାରେ ରେହାନ ଏବଂ ଶହଜାଦା ନାମକ ଦୁଇଜଣ ବ୍ୟକ୍ତି ଆହତ ହୋଇଥିଲେ। ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ [...]
ଗୋଣ୍ଡା: ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହଙ୍କ ପୁଅ କରଣ ଭୂଷଣଙ୍କ କନଭୟରେ ଯାଉଥିବା ଏକ ଏସୟୁଭି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଉତ୍ତର ପ୍ରଦେଶର ଗୋଣ୍ଡାରେ ଏହି ଘଟଣା ଘଟିଛି। ପୋଲିସ ସୂଚନା ମୁତାବକ ଆଜି (ମଇ ୨୯) ସକାଳ ପ୍ରାୟ ୯ଟାରେ ହୁଜୁରପୁର ରୋଡ୍ର କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ଏସୟୁଭି ଧକ୍କାରେ ରେହାନ ଏବଂ ଶହଜାଦା ନାମକ ଦୁଇଜଣ ବ୍ୟକ୍ତି ଆହତ ହୋଇଥିଲେ। ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ କର୍ଣ୍ଣେଲଗଞ୍ଜରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଫର୍ଚ୍ୟୁନର୍ କାରକୁ ଜବତ କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ଗୋଣ୍ଡା ଏସପି ରାଧେ ଶ୍ୟାମ ରାୟ କହିଛନ୍ତି ।
ଦୁର୍ଘଟଣା ଘଟାଇଥିବା କରଣ ଭୂଷଣ ସିଂହଙ୍କ କନଭୟର ଫର୍ଚ୍ୟୁନର୍ କାର୍ ବ୍ରିଜ ଭୂଷଣ ଶରଣ ସିଂହଙ୍କ କଲେଜ ନନ୍ଦିନୀ ଏଜୁକେସନ ଇନଷ୍ନାଟିଚ୍ୟୁଟ୍ ନାମରେ ପଞ୍ଜିକୃତ ହୋଇଛି।
ଏଥର ବିଜେପି ଗୋଣ୍ଡାରୁ ବ୍ରିଜ ଭୂଷଣ ସିଂଙ୍କ ଟିକେଟ୍ କାଟି ତାଙ୍କ ସ୍ଥାନରେ ବ୍ରିଜ ଭୂଷଣଙ୍କ ପୁଅ କରଣ ଭୂଷଣ ପ୍ରାର୍ଥୀ କରିଥିଲା। ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କିଛି ମହିଳା କୁସ୍ତି ଖେଳାଳି ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି। ଏହି ମାମଲାରେ ନିକଟରେ ଦିଲ୍ଲୀର ଏକ କୋର୍ଟ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିଥିଲେ।
SRC Asks Collectors, Health Dept to Take Precautionary Measures to Deal with Hot & Humid Weather Conditions
Next Articleଗ୍ରୀଷ୍ମତାପ ଜନିତ ସମସ୍ୟାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗକୁ ଏସଆରସିଙ୍କ ନିର୍ଦ୍ଦେଶ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
