ଝାଡ଼ଖଣ୍ଡର ଜାମତାରାରେ ଟ୍ରେନ୍ ଦୁର୍ଘଟଣା, ଦୁଇ ମୃତ
ରାଞ୍ଚି: ଝାଡଖଣ୍ଡର ଜାମତାରାଠାରେ ଟ୍ରେନ୍ ମାଡ଼ି ଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଜାମତରା ଏସଡିଏମ ଅନନ୍ତ କୁମାର କହିଛନ୍ତି ଜାମତାର କଳଝରିଆ ବ୍ଲକର ରେଳ ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅନନ୍ତ କୁମାର କହିଛନ୍ତି, “ରେଳ ଫାଟକ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଛିଡ଼ା ହୋଇଥିଲା। ଟ୍ରେନରେ ନିଆଁ ଲାଗିଥିବା ଗୁଜବ ଯୋଗୁଁ କିଛି ଲୋକ ଏଥିରୁ ଭୟରେ ଓହ୍ଲାଇ ପଡ଼ିଥିଲେ। ସେମାନେ [...]
ରାଞ୍ଚି: ଝାଡଖଣ୍ଡର ଜାମତାରାଠାରେ ଟ୍ରେନ୍ ମାଡ଼ି ଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଜାମତରା ଏସଡିଏମ ଅନନ୍ତ କୁମାର କହିଛନ୍ତି ଜାମତାର କଳଝରିଆ ବ୍ଲକର ରେଳ ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଛି।
ଅନନ୍ତ କୁମାର କହିଛନ୍ତି, “ରେଳ ଫାଟକ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଛିଡ଼ା ହୋଇଥିଲା। ଟ୍ରେନରେ ନିଆଁ ଲାଗିଥିବା ଗୁଜବ ଯୋଗୁଁ କିଛି ଲୋକ ଏଥିରୁ ଭୟରେ ଓହ୍ଲାଇ ପଡ଼ିଥିଲେ। ସେମାନେ ଟ୍ରାକ୍ ପାର କରୁଥିବା ବେଳେ ଏକ ଲୋକାଲ୍ ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା।
ତେବେ ଭାରତୀୟ ରେଳବାଇ ଟ୍ରେନରେ ନିଆଁ ଲାଗିଥିବା ଖବରକୁ ଅସ୍ବୀକାର କରିଛି । ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନେ ମଧ୍ୟ ରେଳ ଯାତ୍ରୀ ନୁହଁନ୍ତି । ଟ୍ରାକ ପାର କରୁଥିବା ବେଳେ ଟ୍ରେନ୍ ଧକ୍କାରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଖବରକୁ ମଧ୍ୟ ଖଣ୍ଡନ କରିଛି ରେଳବାଇ।
ରେଳବାଇ ଦେଇଥିବା ସୂଚନା ଅନୁଯାୟୀ, ଟ୍ରେନ୍ ନମ୍ବର ୧୨୨୫୪ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବିଦ୍ୟାସାଗର କାସିତାରା ମଧ୍ୟରେ ଅଟକି ରହିଥିଲା। ଏଠାରୁ ଦୁଇ କିଲୋମିଟର ଦୂର ସନ୍ଧ୍ୟା ୭.୦୭ରେ ଏକ ମେମୁ ଟ୍ରେନର ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା | ଘଟଣାର ତଦନ୍ତ ପାଇଁ ରେଳବାଇ ଏକ ତିନି ଜଣିଆ କମିଟି ଗଠନ କରିଛି।
ଇସ୍ତଫା ପ୍ରତ୍ୟାହାର କଲେ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ, କହିଲେ ହିମାଚଳ ସରକାରଙ୍କ ପ୍ରତି ନାହିଁ କୌଣସି ବିପଦ
Next Articleଗୀତା ଉପଦେଶ : ସମସ୍ତ ବ୍ୟକ୍ତିଙ୍କ ପ୍ରତ୍ୟେକ ଇନ୍ଦ୍ରିୟ ନିଜ ମନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
