न्यूज़रूम ओडिशा
ब्रेकिंग
ओडिया समाचार

ପୁଣେ କାର୍ ଦୁର୍ଘଟଣା: ନାବାଳକ ଅଭିଯୁକ୍ତକୁ ମଦ ଯୋଗାଇଥିବା ଦୁଇ ରେଷ୍ଟୁରାଣ୍ଟ ସିଲ୍

ପୁଣେ: ପୁଣେ କାର୍ ଦୁର୍ଘଟଣା ମାମଲାର ନାବାଳକ ଅଭିଯୁକ୍ତକୁ ମଦ ଯୋଗାଇଥିବା ଅଭିଯୋଗରେ ମହାରାଷ୍ଟ୍ର ଅବକାରୀ ବିଭାଗ ସହରର ଦୁଇଟି ରେଷ୍ଟୁରାଣ୍ଟକୁ ସିଲ୍ କରିଛି । କାର ଦୁର୍ଘଟଣା ଘଟାଇବା ପୂର୍ବରୁ ଅଭିଯୁକ୍ତ ତା’ର ସାଙ୍ଗେ ମାନଙ୍କ ସହ ଏହି ଦୁଇ ବାରରେ ମଦ ପିଇଥିଲା । ଜଣେ ୧୭ ବର୍ଷୀୟ ଯୁବକ ରବିବାର ରାତିରେ ନିଶାସକ୍ତ ଅବସ୍ଥାରେ ନିଜ ଲଗଜରୀ ପୋର୍ସ କାର୍ ଡ଼୍ରାଇଭିଂ କରି ଫେରୁଥିବା ବେଳେ ପୁଣେର କଲ୍ୟାଣନଗର ଅଞ୍ଚଳରେ ଦୁଇ ବାଇକ୍ [...]

Admin•22 मई 2024
Share Article:

ପୁଣେ: ପୁଣେ କାର୍ ଦୁର୍ଘଟଣା ମାମଲାର ନାବାଳକ ଅଭିଯୁକ୍ତକୁ ମଦ ଯୋଗାଇଥିବା ଅଭିଯୋଗରେ ମହାରାଷ୍ଟ୍ର ଅବକାରୀ ବିଭାଗ ସହରର ଦୁଇଟି ରେଷ୍ଟୁରାଣ୍ଟକୁ ସିଲ୍ କରିଛି । କାର ଦୁର୍ଘଟଣା ଘଟାଇବା ପୂର୍ବରୁ ଅଭିଯୁକ୍ତ ତା’ର ସାଙ୍ଗେ ମାନଙ୍କ ସହ ଏହି ଦୁଇ ବାରରେ ମଦ ପିଇଥିଲା ।

ଜଣେ ୧୭ ବର୍ଷୀୟ ଯୁବକ ରବିବାର ରାତିରେ ନିଶାସକ୍ତ ଅବସ୍ଥାରେ ନିଜ ଲଗଜରୀ ପୋର୍ସ କାର୍ ଡ଼୍ରାଇଭିଂ କରି ଫେରୁଥିବା ବେଳେ ପୁଣେର କଲ୍ୟାଣନଗର ଅଞ୍ଚଳରେ ଦୁଇ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା।

ପୋଲିସର ସୂଚନାନୁସାରେ, ଯୁବକ ଜଣକ ସାଙ୍ଗମାନଙ୍କ ସହ ରାତି ୯:୩୦ ରୁ ୧ଟା ମଧ୍ୟରେ ଦୁଇଟି ରେଷ୍ଟୁରାଣ୍ଟକୁ ଯାଇ ସେଠାରେ ମଦ୍ୟପାନ କରିଥିଲା। ଜିଲ୍ଲା କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ କୋସି ରେଷ୍ଟୁରାଣ୍ଟ ଏବଂ ହୋଟେଲ ବ୍ଲାକ୍ କ୍ଲବକୁ ସିଲ୍ କରାଯାଇଛି।

#Odia#Odisha#News
Share Article:

Related Articles