न्यूज़रूम ओडिशा
ब्रेकिंग
ओडिया समाचार

ଜାମ୍ମୁ-କାଶ୍ମୀରର ସୋପୋରରେ ଏନକାଉଣ୍ଟର, ଟଳିଲେ ଦୁଇ ଆତଙ୍କବାଦୀ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ସୋପୋର ସ୍ଥିତ ନୌପରାରେ ଗୁରୁବାର ସନ୍ଧ୍ୟାରୁ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସଂଘର୍ଷରେ ଦୁଇଜଣ ଭାରତୀୟ ସେନା ଯବାନ ମଧ୍ୟ ଆହତ ହୋଇଛନ୍ତି। ଏନକାଉଣ୍ଟର ବେଳେ ଜଣେ ସାଧାରଣ ନାଗରିକଙ୍କ କାନ୍ଧରେ ବି ଗୁଳି ବାଜିଥିବା କୁହାଯାଇଛି। ତାଙ୍କୁ ଚିକିତ୍ସା ପାଇଁ ସୋପୋର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ତେବେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ପରେ ଶ୍ରୀନଗର ପଠାଯାଇଥିଲା। [...]

Admin•26 अप्रैल 2024
Share Article:

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ସୋପୋର ସ୍ଥିତ ନୌପରାରେ ଗୁରୁବାର ସନ୍ଧ୍ୟାରୁ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସଂଘର୍ଷରେ ଦୁଇଜଣ ଭାରତୀୟ ସେନା ଯବାନ ମଧ୍ୟ ଆହତ ହୋଇଛନ୍ତି। ଏନକାଉଣ୍ଟର ବେଳେ ଜଣେ ସାଧାରଣ ନାଗରିକଙ୍କ କାନ୍ଧରେ ବି ଗୁଳି ବାଜିଥିବା କୁହାଯାଇଛି। ତାଙ୍କୁ ଚିକିତ୍ସା ପାଇଁ ସୋପୋର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ତେବେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ପରେ ଶ୍ରୀନଗର ପଠାଯାଇଥିଲା।

ନୌପରାରେ ଏକ ଘର ଭିତରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସେହି ଅଞ୍ଚଳ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଜଣେ ଲସ୍କର କମାଣ୍ଡର ମଧ୍ୟ ସୁରକ୍ଷା ବାହିନୀ ସହ ଏହି ଏନକାଉଣ୍ଟରରେ ସାମିଲ ଅଛି । ଏନକାଉଣ୍ଟର ଏବେ ବି ଜାରି ରହିଛି।

#Odia#Odisha#News
Share Article:

Related Articles