न्यूज़रूम ओडिशा
ब्रेकिंग
ओडिया समाचार

ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ସୁପର ଓଭରରେ ପାକିସ୍ତାନକୁ ହରାଇଲା ଆମେରିକା

ଡାଲାସ୍: ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ ଘଟାଇଛି ଆମେରିକା। ଗୁରୁବାର ଅନୁଷ୍ଠିତ ଏକ ମ୍ୟାଚରେ ଆମେରିକା ସୁପର ଓଭରରେ ପୂର୍ବତନ ଚାମ୍ପିୟନ ପାକିସ୍ତାନକୁ ହରାଇ ଚମକପ୍ରଦ ବିଜୟ ହାସଲ କରିଛି। ଟସ୍ ହାରି ବ୍ୟାଟିଂ କରିଥିବା ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୫୯ ରନ୍ କରିଥିଲା । ଜବାବରେ ଆମେରିକା ମଧ୍ୟ ୩ ଓ୍ବିକେଟ୍ ବିନିମୟରେ ୧୫୯ ରନ୍ କରିଥିଲା। ଫଳରେ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା। ସୁପର ଓଭରରେ ପାକିସ୍ତାନର ଅଭିଜ୍ଞ [...]

Admin•7 जून 2024
Share Article:

ଡାଲାସ୍: ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ ଘଟାଇଛି ଆମେରିକା। ଗୁରୁବାର ଅନୁଷ୍ଠିତ ଏକ ମ୍ୟାଚରେ ଆମେରିକା ସୁପର ଓଭରରେ ପୂର୍ବତନ ଚାମ୍ପିୟନ ପାକିସ୍ତାନକୁ ହରାଇ ଚମକପ୍ରଦ ବିଜୟ ହାସଲ କରିଛି। ଟସ୍ ହାରି ବ୍ୟାଟିଂ କରିଥିବା ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୫୯ ରନ୍ କରିଥିଲା । ଜବାବରେ ଆମେରିକା ମଧ୍ୟ ୩ ଓ୍ବିକେଟ୍ ବିନିମୟରେ ୧୫୯ ରନ୍ କରିଥିଲା। ଫଳରେ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା।

ସୁପର ଓଭରରେ ପାକିସ୍ତାନର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଆମୀର ଦିଗହରା ବୋଲିଂ କରି ୭ ୱାଇଡ୍ ପକାଇଥିବା ବେଳେ ଆମେରିକା ୧୮ ରନ୍ ଉଠାଇଥିଲା। ଏହାର ଜବାବରେ ପାକିସ୍ତାନ ମାତ୍ର ୧୩ ରନ କରିବାକୁ ସକ୍ଷମ ହୋଇଥିଲା। ସୁପର ଓଭରରେ ଆମେରିକା ତରଫରୁ ସୌରଭ ନେତ୍ରାଭାଲକର ଚମତ୍କାର ପ୍ରଦର୍ଶନ ସହ ନିଜ ଦଳକୁ ଗ୍ରୁପ୍ ଏ’ର ଏହି ରୋମାଞ୍ଚକର ମ୍ୟାଚରେ ୫ ରନର ଐତିହାସିକ ବାଜୟ ଦେଇଥିଲେ। ଆମେରିକାର ଏହା କ୍ରମାଗତ ଦ୍ୱିତୀୟ ବିଜୟ ହୋଇଥିବା ବେଳେ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି ।

#Odia#Odisha#News
Share Article:

Related Articles