ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ପତଞ୍ଜଳିର ୧୪ଟି ଦ୍ରବ୍ୟର ଲାଇସେନ୍ସ ରଦ୍ଦ କଲେ ଉତ୍ତରାଖଣ୍ଡ ସରକାର
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳିର ୧୪ଟି ଦ୍ରବ୍ୟର ଲାଇସେନ୍ସ ରଦ୍ଦ କରିଛନ୍ତିି ଉତ୍ତରାଖଣ୍ଡ ସରକାର। ପତଞ୍ଜଳି ତରଫରୁ ଏହି ଉତ୍ପାଦ ଗୁଡ଼ିକ ସମ୍ପର୍କରେ ବାରମ୍ବାର ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରାଯାଉ ଥିବାରୁ ଏଭଳି ଆକ୍ସନ ନିଆଯାଇଛି ବୋଲି ଉତ୍ତରାଖଣ୍ଡ ସରକାର କହିଛନ୍ତି। ଏନେଇ ରାଜ୍ୟ ସରକାର ଏକ ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ପତଞ୍ଜଳି ଆୟୁର୍ବେଦର ଦିବ୍ୟ ଫାର୍ମାସିର ଯେଉଁ ଦ୍ରବ୍ୟ ଗୁଡ଼ିକର ଲାଇସେନ୍ସ ରଦ୍ଦ ହୋଇଛି, ସେଥିମଧ୍ୟରେ ଶ୍ୱାସରୀ [...]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳିର ୧୪ଟି ଦ୍ରବ୍ୟର ଲାଇସେନ୍ସ ରଦ୍ଦ କରିଛନ୍ତିି ଉତ୍ତରାଖଣ୍ଡ ସରକାର। ପତଞ୍ଜଳି ତରଫରୁ ଏହି ଉତ୍ପାଦ ଗୁଡ଼ିକ ସମ୍ପର୍କରେ ବାରମ୍ବାର ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରାଯାଉ ଥିବାରୁ ଏଭଳି ଆକ୍ସନ ନିଆଯାଇଛି ବୋଲି ଉତ୍ତରାଖଣ୍ଡ ସରକାର କହିଛନ୍ତି। ଏନେଇ ରାଜ୍ୟ ସରକାର ଏକ ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି।
ପତଞ୍ଜଳି ଆୟୁର୍ବେଦର ଦିବ୍ୟ ଫାର୍ମାସିର ଯେଉଁ ଦ୍ରବ୍ୟ ଗୁଡ଼ିକର ଲାଇସେନ୍ସ ରଦ୍ଦ ହୋଇଛି, ସେଥିମଧ୍ୟରେ ଶ୍ୱାସରୀ ଗୋଲ୍ଡ, ଶ୍ୱାସାରୀ ବଟି, ଦିବ୍ୟ ବ୍ରୋଙ୍କମ୍, ଶ୍ୱାସାରୀ ପ୍ରବାହି, ଶ୍ୱାସରୀ ଅବଲେହ, ମୁକ୍ତା ବଟି ଏକ୍ସଟ୍ରା ପାଓ୍ବାର, ଲିପିଡମ୍, ବିପିଗ୍ରିଟ୍, ମଧୁନାଶିନୀ ବଟି ଏକ୍ସଟ୍ରା ପାଓ୍ବାର, ଲିଭାମୃତ ଆଡଭାନ୍ସ, ଲିଭୋଗ୍ରିଟ୍, ଆଇଗ୍ରିଟ୍ ଗୋଲ୍ଡ ଏବଂ ପତଞ୍ଜଳି ଦୃଷ୍ଟି ଆଇ ଡ୍ରପ୍ ରହିଛି |
ସୂଚନାଯୋଗ୍ୟ, ପତଞ୍ଜଳି ଆୟୁର୍ବେଦର କିଛି ଔଷଧ ସମ୍ପର୍କରେ ବିଭ୍ରାନ୍ତିକର ବିଜ୍ଞାପନ ନେଇ ସୁପ୍ରିମକୋର୍ଟ ରାମଦେବ ଓ ତାଙ୍କ ସହଯୋଗୀ ବାଳକୃଷ୍ଣଙ୍କୁ କଡ଼ା ଭର୍ତ୍ସନା କରିଥିଲେ । ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କ ଉପରେ ମଧ୍ୟ ବର୍ଷିଥିଲେ । ଏହି ମାମଲାର ଶୁଣାଣି ସମ୍ପ୍ରତି ସୁପ୍ରିମକୋର୍ଟରେ ଚାଲିଛି ।
ଅନ୍ୟପକ୍ଷରେ ଜିଏସଟି ଇଣ୍ଟେଲିଜେନ୍ସ ବିଭାଗ ମଧ୍ୟ ‘ପତଞ୍ଜଳି ଫୁଡ୍ସ’କୁ ୨୭ କୋଟିର ଟ୍ୟାକ୍ସ ଫାଙ୍କି ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।
Naveen to Take Blessings of Maa Tara Tarini Before Filing Nomination Papers Today
Next Articleସକାଳୁ ସକାଳୁ ଡରାଉଛି, ସାଢେ ୮ ବେଳକୁ ହିଁ ପାରା ୩୭-୩୮
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
