न्यूज़रूम ओडिशा
ब्रेकिंग
ओडिया समाचार

କେଜ୍ରିୱାଲଙ୍କୁ ଆଉ ଏକ ଝଟକା, ପିଏଙ୍କୁ ହଟାଇଲା ଭିଜିଲାନ୍ସ ବିଭାଗ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ଝଟକା ଲାଗିଛି। ଏବେ ତାଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଏହି ପଦରୁ ହଟାଇଛି ଭିଜିଲାନ୍ସ ବିଭାଗ । ୧୭ ବର୍ଷ ତଳର ଏକ ମାମଲା ଆଧାରରେ ତାଙ୍କୁ ହଟାଯାଇଛି। ଭିଜିଲାନ୍ସ ବିଭାଗ କହିଛି ଯେ, କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କ ନିଯୁକ୍ତିରେ ନିର୍ଦ୍ଧାରିତ ପ୍ରକ୍ରିୟା ଓ ନିୟମାବଳୀର ସଠିକ୍ ଅନୁପାଳନ କରାଯାଇନଥିଲା । ଅତଏବ ତାଙ୍କ ନିଯୁକ୍ତି [...]

Admin•11 अप्रैल 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ଝଟକା ଲାଗିଛି। ଏବେ ତାଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଏହି ପଦରୁ ହଟାଇଛି ଭିଜିଲାନ୍ସ ବିଭାଗ । ୧୭ ବର୍ଷ ତଳର ଏକ ମାମଲା ଆଧାରରେ ତାଙ୍କୁ ହଟାଯାଇଛି। ଭିଜିଲାନ୍ସ ବିଭାଗ କହିଛି ଯେ, କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କ ନିଯୁକ୍ତିରେ ନିର୍ଦ୍ଧାରିତ ପ୍ରକ୍ରିୟା ଓ ନିୟମାବଳୀର ସଠିକ୍ ଅନୁପାଳନ କରାଯାଇନଥିଲା । ଅତଏବ ତାଙ୍କ ନିଯୁକ୍ତି ବେଆଇନ।

ଉଲ୍ଲେଖଯୋଗ୍ୟ, ମଦ ଦୁର୍ନୀତି ମାମଲାରେ ସୋମବାର ଇଡି ମଧ୍ୟ ବିଭବ କୁମାରଙ୍କୁ ଜେରା କରିଥିଲା। ଏହାର ତିନି ଦିନ ପରେ ବିଭବ କୁମାରଙ୍କ ବିରୋଧରେ ଆକ୍ସନ ନେଇଛି ଭିଜିଲାନ୍ସ।

ପିଏମ୍ଏଲ୍ରଏ ଆଇନ ଅନୁଯାୟୀ ଇଡି ବିଭବ କୁମାରଙ୍କ ବୟାନ ରେକର୍ଡ କରିଥିଲା । ଇଡି ଚାର୍ଜସିଟ୍ ଅନୁଯାୟୀ, ବିଭବ କୁମାର ୨୦୨୧ ରୁ ଜୁଲାଇ ୨୦୨୨ ମଧ୍ୟରେ ତାଙ୍କ ମୋବାଇଲ୍ ନମ୍ବରର IMEI ଚାରିଥର ପରିବର୍ତ୍ତନ କରିଥିଲେ | ଇଡି ମଧ୍ୟ ପୂର୍ବରୁ ବିଭବ କୁମାରଙ୍କ ବାସଭବନରେ ତଲାସି କରିଥିଲା । ସେତେବେଳେ କେଜ୍ରିୱାଲ ଏହାକୁ ରାଜନୈତିକ ଆକ୍ରୋଶମୂଳକ ପଦକ୍ଷେପ ବୋଲି କହି ନିନ୍ଦା କରିଥିଲେ।

#Odia#Odisha#News
Share Article:

Related Articles