ଦିନିକିଆ କ୍ରିକେଟରୁ ଓ୍ବାର୍ଣ୍ଣରଙ୍କ ଅବସର
ସିଡନୀ: ନୂଆ ବର୍ଷର ପ୍ରଥମ ଦିନରେ ଅଷ୍ଟ୍ରେଲୀୟ ବ୍ୟାଟର ଡେଭିଡ୍ ୱାର୍ଣ୍ଣର ଏକ ସରପ୍ରାଇଜ୍ ଘୋଷଣା କରି ପ୍ରଶଂସକ ମାନଙ୍କୁ ଚକିତ କରିଛନ୍ତିି । ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଓ୍ବାର୍ଣ୍ଣର । ଏହି ଅଭିଜ୍ଞ ବାମହାତୀ ବ୍ୟାଟ୍ସମ୍ୟାନ୍ ସମ୍ମାନଜନକ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (ଏସସିଜି) ରେ ପାକିସ୍ତାନ ବିପକ୍ଷରେ କ୍ୟାରିୟରର ବିଦାୟୀ ଟେଷ୍ଟ ମ୍ୟାଚର ଦୁଇ ଦିନ ପୂର୍ବରୁ ଏହି ଘୋଷଣା କରିଛନ୍ତି। ୩୭ ବର୍ଷୀୟ ୱାର୍ଣ୍ଣର ବିଶ୍ୱକପ ୨୦୨୩ ପରେ ୫୦ ଓଭର [...]
ସିଡନୀ: ନୂଆ ବର୍ଷର ପ୍ରଥମ ଦିନରେ ଅଷ୍ଟ୍ରେଲୀୟ ବ୍ୟାଟର ଡେଭିଡ୍ ୱାର୍ଣ୍ଣର ଏକ ସରପ୍ରାଇଜ୍ ଘୋଷଣା କରି ପ୍ରଶଂସକ ମାନଙ୍କୁ ଚକିତ କରିଛନ୍ତିି । ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଓ୍ବାର୍ଣ୍ଣର । ଏହି ଅଭିଜ୍ଞ ବାମହାତୀ ବ୍ୟାଟ୍ସମ୍ୟାନ୍ ସମ୍ମାନଜନକ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (ଏସସିଜି) ରେ ପାକିସ୍ତାନ ବିପକ୍ଷରେ କ୍ୟାରିୟରର ବିଦାୟୀ ଟେଷ୍ଟ ମ୍ୟାଚର ଦୁଇ ଦିନ ପୂର୍ବରୁ ଏହି ଘୋଷଣା କରିଛନ୍ତି।
୩୭ ବର୍ଷୀୟ ୱାର୍ଣ୍ଣର ବିଶ୍ୱକପ ୨୦୨୩ ପରେ ୫୦ ଓଭର ଫର୍ମାଟରୁ ଅବସର ନେବେ ବୋଲି ସଙ୍କେତ ଦେଇଥିଲେ। ୱାର୍ଣ୍ଣର କହିଛନ୍ତି ଯେ ପତ୍ନୀ କ୍ୟାଣ୍ଡିସ୍ ଏବଂ ତିନି ଝିଅ – ଆଇଭି, ଇସଲା ଏବଂ ଇଣ୍ଡିଙ୍କୁ ଏବେ ଅଧିକ ସମୟ ଦେବାକୁ ପଡିବ। ତେଣୁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ୱାର୍ଣ୍ଣର କହିଛନ୍ତି ଯେ ଯଦି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଅଷ୍ଟ୍ରେଲିଆକୁ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଆବଶ୍ୟକ ହୁଏ, ତେବେ ସେ ଅବସରରୁ ଫେରିବାକୁ ଚିନ୍ତା କରିବେ।
ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦିନିକିଆରୁ ନିଜ ଅବସର ଘୋଷଣା କରି ୱାର୍ଣ୍ଣର କହିଛନ୍ତି, ନଭେମ୍ବରରେ ଭାରତ ବିପକ୍ଷ ବିଶ୍ୱକପ ଫାଇନାଲ ୫୦ ଓଭର ଫର୍ମାଟରେ ତାଙ୍କର ଶେଷ ମ୍ୟାଚ୍ ଥିଲା । ମୁଁ ନିଶ୍ଚିତ ଭାବେ ଦିନିକିଆ କ୍ରିକେଟରୁ ଅବସର ନେଉଛି। ଭାରତରେ ବିଶ୍ୱକପ୍ ବେଳେ ମୁଁ ଏହା କହିଥିଲି | ଏହା (ବିଶ୍ବକପ୍ ବିଜୟ)ବାସ୍ତବରେ ଏକ ବଡ଼ ସଫଳତା | ମୁଁ ଜାଣେ ଚାମ୍ପିଅନ୍ସ ଟ୍ରଫି ଆସୁଛି । ଯଦି ମୁଁ ଦୁଇ ବର୍ଷ ପରେ ମଧ୍ୟ ଭଲ କ୍ରିକେଟ୍ ଖେଳୁଥାଏ ଏବଂ ସେମାନଙ୍କୁ (ଅଷ୍ଟ୍ରେଲିଆ) ଆବଶ୍ୟକ ପଡ଼େ, ତେବେ ମୁଁ ଉପଲବ୍ଧ ହେବି।
ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତି ୱାର୍ଣ୍ଣରଙ୍କ ନାଁରେ ଦୁଇଟି ଦିନିକିଆ ବିଶ୍ୱକପ୍ ଟାଇଟଲ୍ ଅଛି। ବିଶ୍ବକପ୍ ୨୦୨୩ରେ ଓ୍ବାର୍ଣ୍ଣର ଅଷ୍ଟ୍ରେଲିଆ ତରଫରୁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ।
ବିଶ୍ୱକପ୍ ୨୦୨୩ରେ ୱାର୍ଣ୍ଣର ୧୧ଟି ମ୍ୟାଚରେ ଦୁଇଟି ଶତକ ଓ ସମାନ ସଂଖ୍ୟକ ହାରାହାରି ୪୮.୬୩ ସହ ୫୩୫ ରନ୍ କରିଥିଲେ । ତାଙ୍କର ସର୍ବାଧିକ ସ୍କୋର୍ ଥିଲା ୧୬୩ ରନ୍, ଯାହା ସେ ବେଙ୍ଗାଲୁରୁରେ ପାକିସ୍ତାନ ବିପକ୍ଷରେ କରିଥିଲେ।
ୱାର୍ଣ୍ଣର ମୋଟ ୧୬୧ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ହାରାହାରି ୪୫.୩୦ ଏବଂ ୯୭.୨୬ ଷ୍ଟ୍ରାଇକ୍ ହାର ସହ ୬୯୩୨ ରନ୍ କରିଛନ୍ତିି | ଏଥିରେ ୨୨ ଶତକ ଏବଂ ୩୩ ଅର୍ଦ୍ଧଶତକ ରହିଛି | ୱାର୍ଣ୍ଣର ଜାନୁଆରୀ ୨୦୦୯ରେ ହୋବର୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ରିକି ପଣ୍ଟିଂ, ଆଡାମ ଗିଲଖ୍ରୀଷ୍ଟ, ମାର୍କ ୱଗ୍, ମାଇକେଲ କ୍ଲାର୍କ ଏବଂ ଷ୍ଟିଭ ଓ୍ବଗଙ୍କ ପରେ ଓ୍ବାର୍ଣ୍ଣର ହେଉଛନ୍ତି ଅଷ୍ଟ୍ରେଲିଆର ଷଷ୍ଠ ସର୍ବାଧିକ ରନ୍ ସ୍କୋରର୍।
ଟେଷ୍ଟ ଫର୍ମାଟରେ ୱାର୍ଣ୍ଣର ଏପର୍ଯ୍ୟନ୍ତ ୧୧୧ଟି ମ୍ୟାଚ୍ ଖେଳିଛନ୍ତି । ସେ ଏହି ଫର୍ମାଟରେ ହାରାହାରି ୪୪.୫୮ରେ ୨୬ ଶତକ ଓ ୩୬ ଅର୍ଦ୍ଧଶତକ ସହ ୮୬୯୫ ରନ୍ କରିଛନ୍ତି।
ଓ୍ବାର୍ଣ୍ଣର ଅଷ୍ଟ୍ରେଲିଆ ପାଇଁ ଟି-୨୦ କ୍ରିକେଟ୍ ଖେଳିବା ପାଇଁ ଉପଲବ୍ଧ ହେବେ । ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ସେ ଖେଳିବାକୁ ସୁଯୋଗ ପାଇବେ ବୋଲି ଆଶାବ୍ୟକ୍ତ କରିଛନ୍ତି।
Watch Live: Thanks Giving and Mega Road Show Marking Foundation Stone Laying For Bhubaneswar Metro Rail Project
Next ArticleNaveen Revokes Expulsion of Senior Leader Dr Damodar Rout
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
