ନାବାଳିକା ହତ୍ୟା ମାମଲା : ଚାର୍ଜସିଟ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ- ନୟାଗଡ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ଚାର୍ଜସିଟ ଦାଖଲ କରିବାକୁ ଓଡିଶା କ୍ରାଇମବ୍ରାଂଚ୍ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଆଜି ଏହି ମାମଲାରେ ଶୁଣାଣି କରିଛନ୍ତି ହାଇକୋର୍ଟ । ଏଣେ ମାମଲାର ସିବିଆଇ ଯାଂଚ ଦାବି କରି ଅଲଗା ଅଲଗା ପିଟିସନ ହାଇକୋର୍ଟରେ ଦାଖଲ କରାଯାଇଛି । ସିବିଆଇ ତଦନ୍ତ ସହ ନାବାଳିକାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦେବାକୁ ଆବେଦନକାରୀ ଦର୍ଶାଇଛନ୍ତି । ହାଇକୋର୍ଟଙ୍କ ତଦାରଖରେ ମାମଲାର ତଦନ୍ତ ଚାଲିଛି । ଦୁଇ ଦିନ ତଳେ ଅଭିଯୁକ୍ତ ସରୋଜ ସେଠୀକୁ ଏସଆଇଟି ଗିରଫ କରିଛି ।

Comments are closed.