କୁତବ ମିନାର୍ ନାମ ବଦଳାଇ ‘ବିଷ୍ଣୁ ସ୍ତମ୍ଭ’ ରଖିବାକୁ ଦାବି

ନୂଆଦିଲ୍ଲୀ: ମହାକାଳ ମାନବ ନାମକ ଏକ ହିନ୍ଦୁ ସଂଗଠନ ଦିଲ୍ଲୀର ପ୍ରସିଦ୍ଧ କୁତବ ମିନାର୍ ନାମ ବଦଳାଇ ଏହାକୁ ‘ବିଷ୍ଣୁ ସ୍ତମ୍ଭ’ ରଖିବାକୁ ଦାବି କରି ବିରୋଧ ପ୍ରଦର୍ଶନ କରିଛି। ଦକ୍ଷିଣ ଦିଲ୍ଲୀର ମେହରୌଲି ଅଞ୍ଚଳରେ ଅବସ୍ଥିତ କୁତବ ମିନାର୍ ନିକଟରେ ଏହି ବିରୋଧ ପ୍ରଦର୍ଶନ କରାଯାଇଛି।

ଏହାଛଡ଼ା ୟୁନାଇଟେଡ୍ ହିନ୍ଦୁ ଫ୍ରଣ୍ଟ ସମେତ କେତେକ ହିନ୍ଦୁ ସଂଗଠନ ମଧ୍ୟ କୁତବ ମିନାର୍ ନିକଟରେ ହନୁମାନ ଚାଳିଶା ପାଠ କରିଥିଲେ । ପରେ ଦିଲ୍ଲୀ ପୋଲିସ ସେମାନଙ୍କୁ ଗିରଫ କରିଥିଲା।

ୟୁନାଇଟେଡ୍ ହିନ୍ଦୁ ଫ୍ରଣ୍ଟ ନାମକ ଏକ ସଂଗଠନ କହିଛି ଯେ କୁତବ ମିନାର ପ୍ରକୃତରେ ବିଷ୍ଣୁ ସ୍ତମ୍ଭ ଅଟେ। ଏକ ଜୈନ ଏବଂ ହିନ୍ଦୁ ମନ୍ଦିର ଭାଙ୍ଗି କୁତବ ମିନାର୍ ନିର୍ମାଣ କରାଯାଇଥିଲା ବୋଲି ଏହି ସଂଗଠନ ଦାବି କରିଛି |

କୁତବ ମିନାରକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ପ୍ରଦାନ କରିଛି।

Comments are closed.