ବର୍ଷର ପ୍ରଥମ ଥର ପାଇଁ ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ବନ୍ଧ; ସର୍ବୋଚ୍ଚ ସ୍ତର ୬୩୦.୦୦ ଫୁଟରେ ପହଞ୍ଚିଲା ଜଳସ୍ତର

ସମ୍ବଲପୁର; ହୀରାକୁଦ ବନ୍ଧ ଆଜି ଏବର୍ଷରେ ପ୍ରଥମ କରି ମେଜିକ୍ ନମ୍ବର ଛୁଇଁଛି | ଆଜି ଅପରାହ୍ନ ୩ଟା ପରେ ଏହା ତାର ସର୍ବୋଚ୍ଚ ସ୍ତର ୬୩୦.୦୦ ଫୁଟରେ ପହଞ୍ଚିଛି | ସେପଟେ ଗୋଟିଏ ଗେଟ୍ ଖୋଲା ରହିଛି |

ଏବର୍ଷ ସ୍ବଳ୍ପ ବ୍ରୁଷ୍ଟିପାତ ଯୋଗୁଁ ଜଳଭଣ୍ଡାର ଭରିବା ନେଇ ଆଶଙ୍କା ସ୍ରୁଷ୍ଟି ହୋଇଥିଲା | ହେଲେ ଚଳିତମାସ ୧୧ ତାରିଖ ଠାରୁ ହୋଇଥିବା କ୍ରମାଗତ ଦୁଇ ଦୁଇଟି ଲଘୁଚାପ ବର୍ଷା ଯୋଗୁଁ ଏକକାଳୀନ ୨୬ଟି ଯାଏ ଗେଟ୍ ଖୋଲିବାକୁ ପଡିଥିଲା | ତେବେ, ରୁଲ୍ କର୍ଭ ଅନୁଯାୟୀ ବନ୍ଧ କର୍ତ୍ତ୍ରୁପଖ୍ୟ କିଛିଦିନ ହେଲା ଜଳସ୍ତରକୁ ସର୍ବୋଚ୍ଚ ଆଡକୁ ଆଣିବା ଦିଗରେ ଜଳ ପରିଚାଳନା କରି ଆସୁଥିଲେ |

ଆଉ ଗତକାଲି ଉପରମୁଣ୍ଡରୁ ପାଣି କମିବା ପରେ ସବୁ ଗେଟ୍ ବନ୍ଦ କରାଯାଇଥିବା ବେଳେ ଆଜି ଆବଶ୍ୟକତାକୁ ଦେଖି ଗୋଟିଏ ଗେଟ୍ ଖୋଲିଛନ୍ତି | ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରକୁ ୪୬୮୧୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସମ ପରିମାଣର ନିଷ୍କାସିତ ହେଉଛି |

Comments are closed.