ମଧ୍ୟ ପ୍ରଦେଶ: ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ | News Room Odisha

ମଧ୍ୟ ପ୍ରଦେଶ: ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ଭୀଣ୍ଡ୍: ମଧ୍ୟପ୍ରଦେଶର ଭୀଣ୍ଡ ଅଞ୍ଚଳରେ ଏକ ଭାରତୀୟ ବାୟୁସେନା (ଆଇଏଏଫ୍) ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି ।‌‌ କିନ୍ତୁ ପାଇଲଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଚାଷ ଜମିରେ ପଡ଼ିଯାଇଥିଲା। ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ବିମାନଟି ଜଣେ ଟ୍ରେନି ପାଇଲଟ୍ ଉଡାଉଥିଲେ |
ବିମାନଟି ଭୀଣ୍ଡଠାରୁ ପ୍ରାୟ ୬ କିଲୋମିଟର ଦୂରରେ ଥିବା ମନାକାବାଦର ଏକ ଚାଷ ଜମିରେ ଖସିପଡିଥିଲା । ସୂଚନା ପାଇ ପୋଲିସର ଏକ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଏହାର ଚାରିପାଖରେ କର୍ଡନ ତିଆରି କରିଥିଲେ। ବିମାନର ଲାଞ୍ଜ ଅଧା ଭୂମିରେ ପୋତି ହୋଇଥିବାର ଦେଖାଯାଉଥିଲା। ବିମାନ ପାଇଲଟ୍ ପାରାସୁଟ୍ ସହ ଅବତରଣ କରି ନିଜକୁ ବଞ୍ଚାଇଥିଲେ । ଏହାର ଏକ ଭିଡିଓ ସ୍ଥାନୀୟ ଲୋକ ରେକର୍ଡ କରିଛନ୍ତି।

IAF aircraft crashes