ଗିରଫ ହୋଇପାରନ୍ତି ଇମ୍ରାନ ଖାନ୍

ଇସଲାମାବାଦ: ତୋଶଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗିରଫ ହୋଇପାରନ୍ତି । ଇମ୍ରାନ ଖାନ କୋର୍ଟରେ ହାଜର ନ ହେବାରୁ ଗତ ସପ୍ତାହରେ ଏକ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରିଥିଲେ।

ସମର୍ଥକମାନଙ୍କ ବିରୋଧ ମଧ୍ୟରେ ପୋଲିସ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଲାହୋର ସ୍ଥିତ ତାଙ୍କ ଘରେ ପହଞ୍ଚିଥିବା ଜଣାପଡ଼ିଛି ।

ଇମ୍ରାନ ଖାନଙ୍କ ଉପରେ ଏକ ଅଭିଯୋଗ ରହିଛି ଯେ, ସେ ବିଦେଶୀ ନେତାଙ୍କଠାରୁ ପାଇଥବା ଉପହାର ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇନାହାଁନ୍ତି । ତେବେ ଇମ୍ରାନ ତାଙ୍କ ବିରୋଧରେ ଏହି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ।

ପୋଲିସ କହିଛି, ଇମ୍ରାନ ଖାନ ଘରେ ନାହାଁନ୍ତି ଏବଂ ଗିରଫଦାରୀକୁ ଏଡାଇବାକୁ ଚେଷ୍ଟା କରୁଛନ୍ତି।
ଇମ୍ରାନ ଖାନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରସିଦ୍ଧ କ୍ରିକେଟର।

ଇମ୍ରାନ ଖାନ ହେଉଛନ୍ତି ପାକିସ୍ତାନ ତେହେରିକ-ଇ-ଇନସାଫ ଦଳର ପ୍ରତିଷ୍ଠାତା। ତାଙ୍କ ଦଳ କହିଛି, ଯଦି ଇମ୍ରାନ ଖାନଙ୍କୁ ଗିରଫ କରାଯାଏ ତେବେ ପାକିସ୍ତାନର ରାଜନୈତିକ ସଙ୍କଟ ଆହୁରି ଘନେଇବ ।

ଗତ ବର୍ଷ ପାକିସ୍ତାନର ନିର୍ବାଚନ ଆୟୋଗ ଇମ୍ରାନ ଖାନଙ୍କୁ ପାଞ୍ଚ ବର୍ଷ ବାସନ୍ଦ କରିଥିଲା ।

ଇମ୍ରାନ ଖାନ ବିଦେଶୀ ନେତାଙ୍କଠାରୁ ପାଇଥିବା ଉପହାର ଏବଂ ସେମାନଙ୍କ ବିକ୍ରୟରୁ ମିଳିଥିବା ଟଙ୍କା ସମ୍ପର୍କରେ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି।

ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ଇମ୍ରାନ ଖାନ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

Comments are closed.