ଯେକୌଣସି ସମୟରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ, କାହିଁକି ଜାଣନ୍ତୁ

ଇସଲାମାବାଦ: ନିକଟରେ ସାଉଦି ଆରବ ଗସ୍ତ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ ପାକିସ୍ତାନୀ ପ୍ରତିନିଧୀ ମଦିନାର ମସଜିଦ-ଇ-ନବାବିରେ ପହଞ୍ଚିଥିଲେ। ଏଠାରେ ଶାହାବାଜ ସରିଫ ଏବଂ ଅନ୍ୟ ପାକିସ୍ତାନୀ ମନ୍ତ୍ରୀମାନେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ସେମାନେ ମସଜିଦ ଭିତରକୁ ଯିବା ମାତ୍ରେ ପାକିସ୍ତାନୀ ପ୍ରତିନିଧି ଦଳ ବିରୋଧରେ ସ୍ଲୋଗାନବାଜି ଆରମ୍ଭ ହୋଇଥିଲା। ଶାହବାଜ ସରିଫଙ୍କ ବିରୋଧରେ ସ୍ଲୋଗାନବାଜି ଏବେ ଇମ୍ରାନ ଖାନଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି । ଫୈସଲାବାଦରେ ଇମ୍ରାନ ଖାନ ଏବଂ ତାଙ୍କର ପାଞ୍ଚଜଣ ସହଯୋଗୀଙ୍କ ବିରୋଧରେ ଧର୍ମଦ୍ରୋହ ମାମଲା ରୁଜୁ ହୋଇଛି।

ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଇମ୍ରାନ ଖାନ ଯେକୌଣସି ସମୟରେ ଗିରଫ ହୋଇପାରନ୍ତି | ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସାନୁଲ୍ଲା କହିଛନ୍ତି ଯେ ମେଦିନା ଏକ ପବିତ୍ର ସ୍ଥାନ ଏବଂ ଏପରି ସ୍ଥାନରେ ସ୍ଲୋଗାନ ଦେବା ଏକ ଅପରାଧ ଯାହା ଆଦୌ କ୍ଷମଣୀୟ ନୁହେଁ। ଇମ୍ରାନ ଖାନଙ୍କ ବିରୋଧରେ ସାଉଦି ଆରବ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭାବନା ରହିଛି। ଇମ୍ରାନ ଖାନଙ୍କ ବ୍ୟତୀତ ତାଙ୍କ ସହଯୋଗୀ ଶାହାବାଜ ଗିଲ, ଫୱାଦ ଚଧରୀ, କାସୀମ ସୁରୀ, ଶାହବଜାଦା ଜାହାଙ୍ଗୀର ଖାନ, ଅନିଲ ମୁସରତ ଏବଂ ଶେଖ ରସିଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Comments are closed.