ମହାରାଷ୍ଟ୍ରରେ ଆଉ ୬ ମାସ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ମୁମ୍ବାଇ – ମହାରାଷ୍ଟ୍ରରେ ଆସନ୍ତା ୬ ମାସ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ ରବିବାର ସୋସିଆଲ ମିଡିଆରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି । କରୋନା ସଂକ୍ରମଣ ଯୋଗୁଁ ବିଶେଷଜ୍ଞମାନେ ପୁଣି ରାତ୍ରିକାଳୀନ କର୍ଫ୍ୟୁ ଓ ଲକ୍ ଡାଉନ୍ ପାଇଁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ସେ ଏହାର ସପକ୍ଷରେ ନୁହଁନ୍ତି । ରାଜ୍ୟରେ କରୋନା ସଂକ୍ରମଣ କମିନଥିଲେ ମଧ୍ୟ ନିୟନ୍ତ୍ରଣରେ ରହିଛି । ତେଣୁ ଚିକିତ୍ସା ଅପେକ୍ଷା ପ୍ରତିଷେଧକ ବ୍ୟବସ୍ଥା ହିଁ ଭଲ । ଆଉ ୬ ମାସ ପାଇଁ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଯିବ ବୋଲି ଥାକରେ କହିଛନ୍ତି ।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ଆଉ ୩୯୪୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମାମଲା ୧୮,୯୨,୭୦୭କୁ ବୃଦ୍ଧି ପାଇଛି । କରୋନାରେ ରାଜ୍ୟରେ ଏଯାବତ୍ ୪୮,୬୪୮ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.