ସାହିନବାଗ ଭଳି ସର୍ବସାଧାରଣ ସ୍ଥାନରେ ଅନିର୍ଦ୍ଦିଷ୍ଟକାଳୀନ ବିକ୍ଷୋଭ ଗ୍ରହଣୀୟ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – କୌଣସି ସର୍ବସାଧାରଣ ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିକ୍ଷୋଭ ପ୍ରଦର୍ଶନ ଗ୍ରହଣୀୟ ନୁହେଁ । ଲୋକଙ୍କ ଯିବା ଆସିବା ଅଧିକାର ବନ୍ଦ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଦିଲ୍ଲୀର ସାହିନବାଗରେ ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା ମାମଲାରେ ଶୁଣାଣି କରି ଏହି ମତ ଦେଇଛନ୍ତି ସୁପ୍ରିମକୋର୍ଟ । ବିକ୍ଷୋଭ ପ୍ରଦର୍ଶନ ଓ ସାଧାରଣ ଲୋକଙ୍କ ଯିବା ଆସିବା ଅଧିକାର ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସାହିନବାଗ ବା ଅନ୍‌୍ୟ କୌଣସି ସର୍ବସାଧାରଣରେ ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇପାରିବ ନାହିଁ । ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ପ୍ରତିବାଦ କରାଯିବା ଉଚିତ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

Comments are closed.