ଏହି ୧୪ ନ୍ୟୁଜ୍ ଆଙ୍କରଙ୍କ ଶୋ’ ବର୍ଜନ କରିବେ ‘ଇଣ୍ଡିଆ’ ନେତା

ନୂଆଦିଲ୍ଲୀ: ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲର ୧୪ ଜଣ ଆଙ୍କରଙ୍କ କାର୍ଯ୍ୟକ୍ରମ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି । ଏହି ୧୪ ସାମ୍ବାଦିକଙ୍କ ଶୋ’କୁ ଏଣିକି ଇଣ୍ଡିଆ ମେଣ୍ଟର କୌଣସି ନେତା ଯିବେ ନାହିଁ ।

କଂଗ୍ରେସ ଦଳର ନେତା ପୱନ ଖେଡା ଏକ୍ସରେ ଏକ ପୋଷ୍ଟରେ ‘ଇଣ୍ଡିଆ’ ମିଡିଆ କମିଟିର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ‘ଇଣ୍ଡିଆ’ ମିଡିଆ କମିଟି ଯେଉଁ ସାମ୍ବାଦିକଙ୍କ ଶୋ’ ବର୍ଜନ କରିବେ ସେମାନଙ୍କ ଏକ ତାଲିକା ଜାରି କରିଛି । ଏହି ୧୪ ସାମ୍ବାଦିକ ହେଲେ ସୁଧୀର ଚୌଧୁରୀ, ଆଦିତ୍ୟ ତ୍ୟାଗୀ, ଅମନ ଚୋପ୍ରା, ଅମିଶ ଦେବଗନ୍, ଆନନ୍ଦ ନରସିଂହା, ଅର୍ଣ୍ଣବ ଗୋସ୍ୱାମୀ, ଅଶୋକ ଶ୍ରୀବାସ୍ତବ, ଚିତ୍ରା ତ୍ରିପାଠୀ, ଗୌରବ ସାୱନ୍ତ, ନଭିକା କୁମାର, ପ୍ରାଚି ପରାଶର, ରୁବିକା ଲିଆକତ, ଶିବ ଅରୁର୍ ଓ ସୁଶାନ୍ତ ସିହ୍ନା |

Comments are closed.