ଗହମ ରପ୍ତାନି ଉପରେ କଟକଣା ଲଗାଇଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗହମ ରପ୍ତାନି ଉପରେ ସର୍ତ୍ତମୂଳକ କଟକଣା ଲଗାଇଛନ୍ତି। ଘରୋଇ ବଜାରରେ ଗହମର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ସରକାରଙ୍କ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ନିଷ୍ପତ୍ତି ତତ୍କାଳ ଲାଗୁ ହେବ । ତେବେ କିଛି ଦେଶକୁ ସର୍ତ୍ତମୂଳକ ଗହମ ରପ୍ତାନି ଜାରି ରହିବ |

ସୂଚନା ମୁତାବକ ଗତ ବର୍ଷ ତୁଳନାରେ ଗହମ ମୂଲ୍ୟ ପ୍ରାୟ ୧୩ ପ୍ରତିଶତ ବୃଦ୍ଧି ପାଇଛି। ବର୍ତ୍ତମାନ ଖୁଚୁରା ବଜାରରେ ଗହମର ସର୍ବାଧିକ ମୂଲ୍ୟ କିଲୋଗ୍ରାମ ପିଛା ୫୯ ଟଙ୍କାରେ ପହଞ୍ଚିଛି | ଖୁଚୁରା ବଜାରରେ ଗହମର କିଲୋଗ୍ରାମ ପିଛା ହାରାହାରି ମୂଲ୍ୟ ସୋମବାର ୩୨.୯୧ ଟଙ୍କା ରହିଥିଲା, ଯାହା ଗତ ବର୍ଷ ସମାନ ସମୟ ତୁଳନାରେ ପ୍ରାୟ ୧୩ ପ୍ରତିଶତ ଅଧିକ |

Comments are closed.