ପଞ୍ଚମ ଟି-୨୦ରେ ଅଷ୍ଟ୍ରେଲିଆକୁ ୬ ରନରେ ହରାଇଲା ଭାରତ, ୪-୧ରେ ଜିତିଲା ସିରିଜ୍

ବେଙ୍ଗାଲୁରୁ: ଭାରତ ରୋମାଞ୍ଚକର ପଞ୍ଚମ ଟି-୨୦ରେ ଅଷ୍ଟ୍ରେଲିଆକୁ ୬ ରନରେ ହରାଇ ଦେଇଛି । ଏଥିସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୧ରେ ଜିତିଛି ଭାରତ ।

ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ୧୬୦ ରନ୍ କରିଥିଲା । ଏହି ବିଜୟଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ୮ ଓ୍ବିକେଟରେ ୧୫୪ ରନ୍ କରିବାକୁ ସମର୍ଥ ହୋଇଥିଲା

ଅଷ୍ଟ୍ରେଲିଆକୁ ବିଜୟ ପାଇଁ ଶେଷ ଓଭରରେ ୧୦ ରନ୍ ଆବଶ୍ୟକ ହେଉଥିଲା।‌ ତେବେ ଭାରତୀୟ ବୋଲର ଅର୍ଶଦୀପ ସିଂ ଶେଷ ଓଭରରେ ମାତ୍ର ୩ ରନ୍ ଦେଇ ଅଷ୍ଟ୍ରେଲୀୟ ଅଧିନାୟକ ମାଥ୍ୟୁ ୱେଡଙ୍କ ୱିକେଟ୍ ମଧ୍ୟ ନେଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ବେନ୍ ମ୍ୟାକଡର୍ମଟ୍ ସର୍ବାଧିକ ୫୪ ରନ୍ କରିଥିବା ବେଳେ ଟ୍ରାଭିସ୍ ହେଡ୍ ୨୮ ଓ ଓ୍ବେଡ୍ ୨୨ ରନ୍ କରିଥିଲେ ।

ଭାରତ ପକ୍ଷରୁ ମୁକେଶ କୁମାର ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ଅର୍ଶଦୀପ ସିଂ ଏବଂ ରବି ବିଷ୍ଣୋଇ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

ପୂର୍ବରୁ ଭାରତ ପକ୍ଷରୁ ଶ୍ରେୟାସ ଆୟର ୫୩ ରନର ଇନିଂସ ଖେଳିଥିଲେ। ଏହା ତାଙ୍କ ଟି-୨୦ କ୍ୟାରିୟରର ଅଷ୍ଟମ ଅର୍ଦ୍ଧଶତକ ଥିଲା| ଆୟରଙ୍କ ବ୍ୟତୀତ ଜିତେଶ ଶର୍ମା ୨୪ ରନ୍ ଓ ଅକ୍ଷର ପଟେଲ ୩୧ ରନ ଯୋଗଦାନ କରିଥିଲେ। ଅଷ୍ଟ୍ରେଲିଆରୁ ବେନ ଡାରସ୍ବିସ୍ ଏବଂ ଜେସନ ବେହେରନଡର୍ଫ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

Comments are closed.